ପ୍ରକାଶ ପାଇଲା ଯୁକ୍ତ ତିନିରେ ନାମ ଲେଖା ବିଜ୍ଞପ୍ତି

ବାସ୍ତବ ବ୍ୟୁରୋ : ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ତିନିରେ ନାମ ଲେଖାଇବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ www.samsodisha.gov.in ରେ ଆବେଦନ କରିପାରିବେ । ଜୁଲାଇ ୧୪ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା, ଦ୍ଵିତୀୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୨୭, ତୃତୀୟ ପର୍ଯ୍ୟାୟ ମେଧା ତାଲିକା ଅଗଷ୍ଟ ୩, ଅଗଷ୍ଟ ୨୧ରେ ଚତୁର୍ଥ ପର୍ଯ୍ୟାୟ, ପଞ୍ଚମ ପର୍ଯ୍ୟାୟ ସେପ୍ଟେମ୍ବର ୧ ଏବଂ ଷଷ୍ଠ ପର୍ଯ୍ୟାୟ ୧୩ ସେପ୍ଟେମ୍ବରରେ ମେଧା ତାଲିକା ପ୍ରକାଶ କରାଯିବ ।

ସ୍ନାତକ ନାମଲେଖା ଲାଗି ପଞ୍ଜୀକରଣ ସମୟରେ ନାମ, ମୋବାଇଲ୍‌ ନମ୍ବର, ଇ-ମେଲ୍‌ ଆଇଡି, ଛାତ୍ରଛାତ୍ରୀଙ୍କ ଜନ୍ମ ତାରିଖ ଉଲ୍ଲେଖ ରହିବ। ନାମଲେଖା ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଆବଦେନକାରୀ ଦେଇଥିବା ମୋବାଇଲ୍‌ ନମ୍ବର ଓ ଇ-ମେଲ୍‌ ଆକ୍ଟିଭ୍‌ ରଖିବାକୁ ପରାମର୍ଶ ଦିଆଯାଇଛି। ସିଏଏଫ୍‌ରେ ଯଦି କୌଣସି ପ୍ରକାର ତ୍ରୁଟି ଥିବ, ଆବେଦନକାରୀ ତାହାକୁ ସଂଶୋଧନ କରିପାରିବାର ସୁବିଧା ଉପଲବ୍ଧ ହେବ। ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି ଛାତ୍ରଛାତ୍ରୀ ପୂର୍ବରୁ ସର୍ବନିମ୍ନ ୫ଟି ଓ ସର୍ବାଧିକ ୨୦ଟି ଶିକ୍ଷାନୁଷ୍ଠାନରେ ଆବେଦନ କରିପାରୁଥିଲେ। ମାତ୍ର ଏବେ ଆବଦନକାରୀ ନିଜ ଇଚ୍ଛା ଅନୁଯାୟୀ ଶିକ୍ଷାନୁଷ୍ଠାନ ଲାଗି ଆବେଦନ କରିପାରିବେ।

ଉଲ୍ଲେଖ ଥାଉ କି ୨୦୨୨-୨୩ ଶିକ୍ଷାବର୍ଷରେ ୧୦୨୩ ଯୁକ୍ତ୩ କଲେଜର ୨ ଲକ୍ଷ ୫୫ ହଜାର ୯୧୬ ସିଟ୍‌ରେ ନାମଲେଖା ହୋଇଥିଲା। ୨୦୨୩-୨୪ ଶିକ୍ଷାବର୍ଷରେ ୧୦୪୨ କଲେଜର ୨ ଲକ୍ଷ ୭୦ହଜାର ୩୪୭ ସିଟ୍‌ରେ ନାମଲେଖା ହେବ। କଳା ବିଭାଗର ୧ ଲକ୍ଷ ୫୧ ହଜାର ୯୦୨, ଫିଜିକାଲ ସାଇନ୍ସରେ ୪୬,୧୩୯, ବାୟୋଲୋଜିକାଲ ସାଇନ୍ସରେ ୨୮,୬୯୨, ବାଣିଜ୍ୟର ୩୨,୩୮୦, ସେଲ୍ଫ ଫାଇନାନ୍ସିଂର ୨,୦୮୬ ଓ ସଂସ୍କୃତରେ ୯,୧୪୮ ସିଟ୍‌ ରହିଛି।

ସେୟାର କରନ୍ତୁ

Next Post

ଆସନ୍ତା ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ...

Mon Jun 12 , 2023
ବାସ୍ତବ ବ୍ୟୁରୋ : ଆହୁରି ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ। ସେ କହିଛନ୍ତି, ଏବେ ଆଭ୍ୟନ୍ତରୀଣ ପଶ୍ଚିମ ସାଙ୍ଗକୁ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହିଟ୍ ୱେଭ୍ ସ୍ଥିତି ଜାରି ରହିଛି। ଆସନ୍ତା ଦୁଇ ଦିନ ପ୍ରବଳ ହିଟ୍ ୱେଭ୍ ରହିବ। ୧୪ ତାରିଖରେ କାଳବୈଶାଖୀ ସମ୍ଭାବନା ଥିବାରୁ ହିଟ୍ ୱେଭ୍ […]

You May Like

Pin It on Pinterest