ଆସନ୍ତା ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ…

ବାସ୍ତବ ବ୍ୟୁରୋ : ଆହୁରି ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ। ସେ କହିଛନ୍ତି, ଏବେ ଆଭ୍ୟନ୍ତରୀଣ ପଶ୍ଚିମ ସାଙ୍ଗକୁ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହିଟ୍ ୱେଭ୍ ସ୍ଥିତି ଜାରି ରହିଛି। ଆସନ୍ତା ଦୁଇ ଦିନ ପ୍ରବଳ ହିଟ୍ ୱେଭ୍ ରହିବ।

୧୪ ତାରିଖରେ କାଳବୈଶାଖୀ ସମ୍ଭାବନା ଥିବାରୁ ହିଟ୍ ୱେଭ୍ ସାମାନ୍ୟ କମିବ। ଉତ୍ତର ଆଭ୍ୟନ୍ତରୀଣରେ ଜାରି ରହିବ ହିଟ୍ ୱେଭ୍। ଆଜି ଭୁବନେଶ୍ୱରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।  ମୌସୁମୀ ଟ୍ରାଞ୍ଜିସନ୍ ସମୟରେ ଜଳୀୟବାଷ୍ପ ସ୍ୱାଭାବିକ ଭାବେ ଆସିଥାଏ। ଏଣୁ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହୁଏ।

ଆଜି ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୩.୮ ଡିଗ୍ରି ଏବଂ ଆର୍ଦ୍ରତା ୪୦% ରେକର୍ଡ କରାଯାଇଛି। ସମ୍ବଲପୁରରେ ତାପମାତ୍ରା ସର୍ବାଧିକ ୪୫.୩ ଡିଗ୍ରି  ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ସେୟାର କରନ୍ତୁ

Next Post

ଶିଶୁ କବି ନନ୍ଦକିଶୋର ସାମଲଙ୍କ ରାଜ୍ୟସ୍ତରୀୟ ୯୯ତମ ଜୟନ୍ତୀ ପାଳିତ...

Mon Jun 12 , 2023
ସଂଜୟ ଶତପଥୀ(କଟକ): କଟକର ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ଠାରେ ଓଡିଶା ସାହିତ୍ୟ ଏକାଡେମୀ “ଆମ ଗାଁ ଆମ‌ ସାହିତ୍ୟ” କାର୍ଯ୍ୟକ୍ରମ ଓ କବି ନନ୍ଦକିଶୋର ସାମଲ ସ୍ମୃତିନ୍ଯାସ ମିଳିତ ଆନୁକୂଲ୍ୟରେ ଓଡ଼ିଶାର ବିଶିଷ୍ଟ ଶିଶୁକବି ସ୍ବର୍ଗତ ନନ୍ଦ କିଶୋର ସାମଲଙ୍କ ରାଜ୍ୟସ୍ତରୀୟ ୯୯ ତମ ଜୟନ୍ତୀ ସଭାମୂଖ୍ଯ ଡଃ ସଂଗ୍ରାମ ଜେନା, ଉପ-ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ ଙ୍କ ସଭାପତିତ୍ବରେ ଏବଂ ବହୁ ବିଶିଷ୍ଟ କବି, ସାହିତ୍ୟକ ଓ ଲେଖକମାନଙ୍କ […]

You May Like

Pin It on Pinterest