
ବାସ୍ତବ ବ୍ୟୁରୋ: ପ୍ରକାଶ ପାଇଲା ଜେଇଇ ଆଡଭାନସଡ ରେଜଲ୍ଟ। ଏଥିରେ ୧୦୦ ପ୍ରତିଶତ ନମ୍ବର ରଖି ହାଇଦ୍ରାବାଦ ଜୋନର ଭି.ସି. ରେଡ୍ଡି ଟପ୍ପର ହୋଇଛନ୍ତି । ଯେତେବେଳେ କି ୫୬ ରାଙ୍କରେ ଥିବା ଏନ୍ଏନ୍ ଭାଭ୍ୟଶ୍ରୀ ମହିଳାଙ୍କ ବର୍ଗରେ ଟପ୍ର ହୋଇଛନ୍ତି। ସମୁଦାୟ ୩୬୦ ନମ୍ବରରୁ ରେଡ୍ଡୀ ରଖିଛନ୍ତି ୩୪୧ ନମ୍ବର। ୨୯୮ ନମ୍ବର ରଖିଥିବା ଶ୍ରୀ ସର୍ବଭାରତୀୟସ୍ତରରେ ୫୬ତମ ସ୍ଥାନରେ ଅଛନ୍ତି। ଉଭୟ ଆଇଆଇଟି-ହାଇଦ୍ରାବାଦ ଜୋନ୍ର ଛାତ୍ରଛାତ୍ରୀ।
ଆଜି ପୂର୍ବାହ୍ନରେ ‘ଆଇଆଇଟି-ଗୌହାଟି’ ଦ୍ବାରା ‘ଜଏଣ୍ଟ୍ ଏଣ୍ଟ୍ରାନ୍ସ୍ ଏକ୍ଜାମିନେସନ୍ ଆଡ୍ଭାନ୍ସ୍ଡ୍-୨୦୨୩’ (ଜେଇଇ ଆଡ୍ଭାନ୍ସ୍ଡ୍-୨୦୨୩) ଫଳାଫଳ ପ୍ରକାଶ ପାଇଛି। ଚଳିତବର୍ଷ ୧ ଲକ୍ଷ ୮୦ ହଜାର ୩୭୨ଜଣ ଜେଇଇ ଆଡଭାନସଡ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୩ ହଜାର ୭୭୩ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଚଳିତବର୍ଷ ୩୬ ହଜାର ୨୦୪ଜଣ ଛାତ୍ର ଓ ୭୫୦୯ଜଣ ଛାତ୍ରୀ ଜେଇଇ ଆଡଭାନସଡ୍ ପରୀକ୍ଷାରେ ସଫଳ ହୋଇଛନ୍ତି।
ଉଲ୍ଲେଖଯୋଗ୍ୟ, ଶ୍ରେଷ୍ଠ ୧୦ ସ୍ଥାନରେ ଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ‘ଆଇଆଇଟି ହାଇଦ୍ରାବାଦ ଜୋନ୍ର ୬ଜଣ ଥିବା ବେଳେ ଆଇଆଇଟି ଦିଲ୍ଲୀ ଓ ରୂର୍କୀ ଜୋନ୍ରୁ ୨ଜଣ ଲେଖାଏଁ ଅଛନ୍ତି।