ଭାରତର ଗୁଇନ୍ଦା ଏଜେନ୍ସି RAWର ନୂଆ ମୁଖ୍ୟ ହେବେ ରବି ସିହ୍ନା…

ବାସ୍ତବ ବ୍ୟୁରୋ: ଭାରତର ଗୁଇନ୍ଦା ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ନୂଆ ମୁଖ୍ୟ ହେବେ ବରିଷ୍ଠ ଆଇପିଏସ୍ ଅଫିସର ରବି ସିହ୍ନା । ଛତିଶଗଡ କ୍ୟାଡରର ଏହି ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ର ସରକାର ଏହି ନୂଆ ନିଯୁକ୍ତି ଦେଇଛନ୍ତି । ତେବେ ବର୍ତ୍ତମାନ ର’ର ମୁଖ୍ୟ ଥିବା ସାମନ୍ତ କୁମାର ଗୋୟଲଙ୍କ କାର୍ଯ୍ୟକାଳ ଜୁନ୍ ୩୦ ତାରିଖରେ ଶେଷ ହେବାକୁ ଯାଉଛି । ଯାହା ପରେ ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ୍ ଅଫିସର ରବି ସିହ୍ନା ଏହା ଦାୟିତ୍ୱ ସମ୍ଭାଳିବେ ।

ରବି ସିହ୍ନା ବର୍ତ୍ତମାନ ସମୟରେ କ୍ୟାବିନେଟ୍ ସଚିବାଳୟର ବିଶେଷ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଆଉ କ୍ୟାବିନେଟ୍ ନିଯୁକ୍ତି କମିଟି ତାଙ୍କର ଏହି ନୂଆ ନିଯୁକ୍ତିକୁ ମଞ୍ଜୁରୀ ଦେଇଦେଇଛି । ତେବେ ୧୯୮୮ ମସିହା ଛତିଶଗଡ କ୍ୟାଡରର ଆଇପିଏସ୍ ଅଫିସର ହେଉଛନ୍ତି ରବି ସିହ୍ନା ।

ସେୟାର କରନ୍ତୁ

Next Post

ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

Tue Jun 20 , 2023
ବାସ୍ତବ ବ୍ୟୁରୋ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ରାଜ୍ୟବାସୀ ତଥା ଦେଶବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଟୁଇଟରରେ ଲେଖିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ମୁଁ ସମସ୍ତ ଦେଶବାସୀଙ୍କୁ, ବିଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ […]

You May Like

Pin It on Pinterest