
ବାସ୍ତବ ବ୍ୟୁରୋ: ରାଜଧାନୀ ପରିବାର ବଜାରରେ ପରିବା ଦର ଆକାଶ ଛୁଆଁ। ସବୁ ପରିବାର ଅହେତୁକ ଦର ବୃଦ୍ଧି ଗ୍ରାହକ ଓ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି।
ଆଜି ଏକନମ୍ବର ହାଟରେ ବିନ୍ କିଲୋ ୨୫୦ ଟଙ୍କା, ଝୁଡୁଙ୍ଗ କିଲୋ ୧୨୦, କ୍ୟାପସିକମ୍ କିଲୋ ୧୫୦, ଫୁଲ କୋବି ଗୋଟେ ୫୦ ଟଙ୍କା, ବାଇଗଣ କିଲୋ, ୫୦, ପୋଟଳ କିଲୋ ୮୦, ବିଲାତି କିଲୋ ୯୦, ଭେଣ୍ଡି କିଲୋ ୮୦ ଓ ସାରୁ କିଲୋ ୫୦ ଟଙ୍କା ଦର ରହିଛି। ଏଣେ କଞ୍ଚା କଦଳୀ ଗୋଟାକୁ ୨୦ ଟଙ୍କା ଦାମ୍ ରହିଛି।
ଓଡ଼ିଶାରେ ପରିବା ଚାଷ କମୁଛି ବେଙ୍ଗାଲୁରୁ, ଆନ୍ଧ୍ରା, କଲିକତା, ନାସିକ, ରାୟପୁରରୁ ଓଡ଼ିଶା ପରିବା ଆମଦାନୀ କରୁଛି । ତେଣୁ ଦରବୃଦ୍ଧି ହୋଇଛି। ଆଉ ୧ ମାସ ଭିତରେ ଦର କମିବ ବୋଲି ବ୍ୟବସାୟୀ କହୁଛନ୍ତି।



