
ନିରଞ୍ଜନ ବସ୍ତିଆ(ନିଶ୍ଚିନ୍ତକୋଇଲି): ଗତକାଲି ବିଳମ୍ବିତ ରାତିରେ ସାଲେପୁର ଓ ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି।
ଖବର ଅନୁଯାୟୀ କୌଣସି ସୂତ୍ରରୁ ଖବର ଅବକାରୀ ବିଭାଗ ନେମାଳ ଥାନା ଗୋପିନାଥପୁର ଗାଁ ର ସୁଦାମ ଚରଣ ସିଂହ ତିନୋଟି ବସ୍ତାରେ ୬୨ କିଲୋ ଗଞ୍ଜେଇ ସ୍ଥାନୀୟ ଅଂଚଳକୁ ଚାଲାଣ କରୁଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। ୬୨ କେଜି ଗଞ୍ଜେଇ ଜବତ୍ ସହ ସୁଦାମ ଚରଣ ସିଂହ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସାଲେପୁର ଅବକାରୀ ବିଭାଗ। ଗ୍ରାମାଞ୍ଚଳ ରେ ଏହି ଚୋରା ଗଞ୍ଜେଇ କାରବାର ରେ ଆଉ କେଉଁ କେଉଁ ମାନେ ସାମିଲ ଅଛନ୍ତି ଅବକାରୀ ବିଭାଗ ତାହାର ଛାନଭିନ କରୁଛି ।