
ସଂଜୟ ଶତପଥୀ(କଟକ): କଟକ ଜିଲ୍କା ଆଠଗଡ ବ୍ଲକର ମଞ୍ଚେଶ୍ୱର ଠାରେ ଥିବା ପ୍ରସିଦ୍ଧ ଧବଳେଶ୍ବର ମହାଦେବଙ୍କ ପୀଠକୁ ଯାତାୟତ ନେଇ ଲାଗିରହିଥିବା ବିବାଦର ଅନ୍ତ ଘଟିଛି । ଶ୍ରଦ୍ଧାଳୁଙ୍କ ଠାରୁ ପୂଜକ ସମସ୍ତେ ଖୁସ ।
ଏହି ପୀଠକୁ ଯିବା ପାଇଁ ନା ରହିବ ଡଙ୍ଗାର ଭୟ ନା ରହିବ ଝୁଲା ପୋଲ ର ଭୟ । କଂକ୍ରିଟ ସେତୁ ନିର୍ମାଣ ପରେ ବାନ୍ଧି ହେଲା ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ସମ୍ପର୍କ ର ସେତୁ l ରାଜ୍ୟ ସରକାର ମହାନଦୀ ଉପରେ ୨୨କୋଟି ୨୮ ଲକ୍ଷ୍ୟ ଟଙ୍କା ବ୍ୟୟରେ ନିର୍ମିତ, ସୁ ଉଚ୍ଚ ବିଜୁ ସେତୁର ଦୈଘ୍ୟ ୨୭୬ ମିଟର ରହିଥିଲା ବେଳେ, ଏହାର ପ୍ରସ୍ଥ ୬’୨ ମିଟର ରହିଛି । ଏହି ବ୍ରିଜର ଦୁଇ ପାର୍ଶ୍ଵରେ ୩୬୦ ମିଟର ସଂଯୋଗକାରୀ ରାସ୍ତା ନିର୍ମାଣ କରାଯାଇଛି । ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ବୁଧବାର ଦିନ ଧବଳେଶ୍ବର ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା ଶେଷ ହେବା ପରେ , ସର୍ବ ସାଧାରଣ ଏବଂ ଶ୍ରଦ୍ଧାଳୁମାନେ କଂକ୍ରିଟ ପୋଲ ଦେଇ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିଛନ୍ତି ।
ମହାନଦୀରେ ପାଣି ଆସି ଅସ୍ଥାୟୀ ରାସ୍ତା ଧୋଇହୋଇ ଯାଇଥିଲା । ଧବଳେଶ୍ଵରଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ l ଆଗକୁ ଶ୍ରାବଣ ମାସ ସୋମବାର ଆସୁଥିବାରୁ ବାବା ଧବଳେଶ୍ବରଙ୍କ ପୀଠରେ ହଜାର ହଜାର କାଉଡ଼ିଆ ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗିଥାଏ । ରାଜ୍ୟ ସରକାର ଶ୍ରଦ୍ଧାଳୁଙ୍କ ଭକ୍ତି ଭାବକୁ ଆଖି ଆଗରେ ରଖି ଏହି ସେତୁ ଉପରେ ଯାତାୟାତ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।