
ବାସ୍ତବ ବ୍ୟୁରୋ: ଆଜି ଛାତ୍ର କଂଗ୍ରେସ ପକ୍ଷରୁ ଶସ୍ତାରେ ପରିବା ବିକ୍ରି କରାଯାଇଛି । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଘର ଗେଟ୍ ଆଗରେ ପରିବା ବିକ୍ରି କରିଛି ଛାତ୍ର କଂଗ୍ରେସ। ପରିବା ଦର ବର୍ତ୍ତମାନ ଆକାଶଛୁଆଁ ହୋଇଛି । ଅଧିକାଂଶ ପରିବାର ମୂଲ୍ୟ ୧୦୦ ଟଙ୍କା ଉପରେ ରହିଛି । ତେବେ ଛାତ୍ର କଂଗ୍ରେସ ଆଜି ଏହାର ପ୍ରତିବାଦ କରିଛି । ଟମାଟୋ କିଲୋପିଛା ୫୦ ଟଙ୍କା, ବାଇଗଣ କିଲୋ ପିଛା ୩୦ଟଙ୍କା, ପୋଟଳ ୫୦ ଟଙ୍କା, ଅଦା ୭୦ ଟଙ୍କା, ବିନ୍ସ ୫୦ ଟଙ୍କା, ଲଙ୍କା ୫୦ ଟଙ୍କା, ସାରୁ କିଲୋ ପିଛା ୩୦ ତାଙ୍କ ଦରରେ ବିକ୍ରି କରିଛି କଂଗ୍ରେସ।
ପରିବା ବିକ୍ରି ଶେଷ ବେଳକୁ ପଲିଥିନରେ ପରିବା ଭର୍ତି କରି ମନ୍ତ୍ରୀଙ୍କ ଗେଟ୍ ଆଗରେ ଟାଙ୍ଗିଚି ଛାତ୍ର କଂଗ୍ରେସ। ଏହି ପରିବା କିଣିବା ପାଇଁ ଗ୍ରାହକଙ୍କ ଭିତରେ ଗହଳି ବି ଦେଖିବାକୁ ମିଳିଛି। ସେପଟେ ଛାତ୍ର କଂଗ୍ରେସ ସଭାପତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦରଦାମ ପ୍ରସଙ୍ଗରେ କଡା ସାମଲୋଚନ କରିଛନ୍ତି । ସୁରକ୍ଷା ଦୃଷ୍ଟକୋଣରୁ ମନ୍ତ୍ରୀଙ୍କ ଘର ଆଗରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।