ବିରାଟ କୋହଲି ଙ୍କ ନୂଆ ରେକର୍ଡ

ବାସ୍ତବ ବ୍ୟୁରୋ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଗତ କିଛି ବର୍ଷ ମଧ୍ୟରେ ତାଙ୍କ ପ୍ରଦର୍ଶନ ପାଇଁ ସମାଲୋଚନାର ଶିକାର ହୋଇଆସୁଛନ୍ତି। କିନ୍ତୁ ତାଙ୍କ ଲୋକପ୍ରିୟତା କମିନାହିଁ। ‌ସୋସିଆଲ ମିଡିଆରେ ଏବେ ବି ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବଢ଼ୁଥିବା ସହ ଲୋକେ ତାଙ୍କ ବିଷୟରେ ଜାଣିବା ପାଇଁ ଉଇକିପିଡିଆରେ ସର୍ଚ୍ଚ କରୁଥିବା ସାମ୍ନାକୁ ଆସିଛି। ଭଲ ପ୍ରଦର୍ଶନ ନକରି ବି ଉଇକିପିଡ଼ିଆ ପୃଷ୍ଠାରେ କୋହଲି ବାକି ଖେଳାଳିଙ୍କୁ ବହୁ ପଛରେ ପକାଇଛନ୍ତି।

ବିଶ୍ୱ କ୍ରିକେଟର ଅନ୍ୟ ଖେଳାଳିଙ୍କ ତୁଳନାରେ ବିରାଟ କୋହଲିଙ୍କ ଉଇକିପିଡ଼ିଆ ପୃଷ୍ଠା ସର୍ବାଧିକ ଖୋଜା ଯାଇଥିବା ପୃଷ୍ଠା ହୋଇପାରିଛି। କୋହଲି ବର୍ତ୍ତମାନ ଭାରତୀୟ ଦଳ ସହିତ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛନ୍ତି। ଭାରତ ଡୋମିନିକାର ୱିଣ୍ଡସର୍ ପାର୍କରେ ଜୁଲାଇ ୧୨ରୁ ୨ଟି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଖେଳିବ। ଏହା ପୂର୍ବରୁ ବିରାଟ ନିଜ ନାରେ ଏହି ରେକର୍ଡ ସାମିଲ କରିବା ତାଙ୍କ ପ୍ରଶଂସକଙ୍କୁ ଖୁସି କରାଇଛି।

ସେୟାର କରନ୍ତୁ

Next Post

ଆନନ୍ଦ ବଜାରରେ ବାହାର ବ୍ୟକ୍ତି ବିକ୍ରି କରିପାରିବେନି ମହାପ୍ରସାଦ ଓ ସୁଖିଲା ଭୋଗ

Tue Jul 11 , 2023
ବାସ୍ତବ ବ୍ୟୁରୋ: ଏଣିକି ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରିପାରିବେ ନାହିଁ ବାହାର ବ୍ୟକ୍ତି । ନିୟମ ଉଲଂଘନ କରାଗଲେ ଥାନାରେ ଏତଲା ଦିଆଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିଶୃଙ୍ଖଳା ଘଟଣା ସାମ୍ନାକୁ ଆସିବା ପରେ ଏଭଳି ନିଷ୍ପତି ନିଆଯାଇଛି । ଏନେଇ ସୁଆର, ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏସପି, ଜିଲ୍ଲାପାଳ ଓ ସୁରକ୍ଷା ପ୍ରଶାସକଙ୍କୁ ଚିଠି […]

You May Like

Pin It on Pinterest