
ବାସ୍ତବ ବ୍ୟୁରୋ: ଏଣିକି ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରିପାରିବେ ନାହିଁ ବାହାର ବ୍ୟକ୍ତି । ନିୟମ ଉଲଂଘନ କରାଗଲେ ଥାନାରେ ଏତଲା ଦିଆଯିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶ୍ରୀମନ୍ଦିର ଆନନ୍ଦ ବଜାରରେ ବିଶୃଙ୍ଖଳା ଘଟଣା ସାମ୍ନାକୁ ଆସିବା ପରେ ଏଭଳି ନିଷ୍ପତି ନିଆଯାଇଛି । ଏନେଇ ସୁଆର, ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏସପି, ଜିଲ୍ଲାପାଳ ଓ ସୁରକ୍ଷା ପ୍ରଶାସକଙ୍କୁ ଚିଠି ଦିଆଯାଇଛି ।