ଆସନ୍ତାକାଲି ଉତକ୍ଷେପଣ ହେବ ଚନ୍ଦ୍ରଯାନ-୩; କାଉଣ୍ଟଡାଉନ ଆରମ୍ଭ

ବାସ୍ତବ ବ୍ୟୁରୋ: ଆସନ୍ତା କାଲି ( ଜୁଲାଇ ୧୪) ଅର୍ଥାତ ଶୁକ୍ରବାର ଅପରାହ୍ନ ୨ଟା ୩୫ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତିଶ ଧାୱନ ଲଞ୍ଚ୍ ପ୍ୟାଡରୁ ଉତକ୍ଷେପଣ ହେବ ଚନ୍ଦ୍ରଯାନ-୩। ଏଥିପାଇଁ ଆଜି ଦିନ ଗୋଟାଏରୁ କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ଗତକାଲି(ବୁଧବାର) ମଧ୍ୟ ରିହରସଲ୍ ସରିଛି। ଯଦି ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଭାରତ ହୋଇଯିବ ବିଶ୍ୱର ଚତୁର୍ଥ ଦେଶ। ଏହା ପୂର୍ବରୁ ଆମେରିକା, ଚୀନ ଏବଂ ରୁଷିଆ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିସାରିଛନ୍ତି।

ତେବେ ଚନ୍ଦ୍ରପୃଷ୍ଠ ଯାତ୍ରା ପାଇଁ ଏହା ଇସ୍ରୋର ତୃତୀୟ ପ୍ରୟାସ। ଏହା ପୂର୍ବରୁ ଦୁଇ ଦୁଇ ଥର ଉଦ୍ୟମ କରି ବିଫଳ ହୋଇଛି ଇସ୍ରୋ। ଶେଷଥର ପାଇଁ ୨୦୧୯ ଜୁଲାଇ ୨୨ରେ ଦ୍ୱିତୀୟ ପ୍ରୟାସ କରିଥିଲା ଭାରତ। ଲାଣ୍ଡର ବିକ୍ରମର ଅବତରଣ ବିଫଳ ହେବାରୁ ଭାରତର ମୁନ୍ ମିଶନ୍ ଅଧାରେ ରହିଯାଇଥିଲା। ତେଣୁ ଚନ୍ଦ୍ରଯାନ-୩ ରେ ଯେପରି କୌଣସି ତ୍ରୁଟି ନ ହେବ ସେଥିପାଇଁ ବିଶେଷ ଧ୍ୟାନ ଦେଇଛି ଇସ୍ରୋ। ତେବେ ଚନ୍ଦ୍ରଯାନ-୩ରେ କେଉଁ କେଉଁ ନୂଆ ଟେକ୍ନୋଲୋଜି ଖଞ୍ଜା ଯାଇଛି ଏବଂ ଏହାର କଣ ବିଶେଷତା ରହିଛି ଜାଣନ୍ତୁ…   

୪ ବର୍ଷ ତଳେ ୨୦୧୯ରେ ଚନ୍ଦ୍ରଯାନ-୨ ଅଭିଯାନ ସମୟରେ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇପାରିନଥିଲା। ଏହାକୁ ଦୃଷ୍ଟିରେ ରଖି ଚନ୍ଦ୍ରଯାନ-୩ ମିଶନ କୁ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

ସେୟାର କରନ୍ତୁ

Next Post

ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ

Fri Jul 14 , 2023
ବାସ୍ତବ ବ୍ୟୁରୋ: ଇସ୍ରୋର ବହୁ ପ୍ରତୀକ୍ଷିତ ମୁନ୍ ମିଶନ ଚନ୍ଦ୍ରଯାନ-୩ର ଉତକ୍ଷେପଣ ସଫଳ ହୋଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ରକେଟର ଉତକ୍ଷେପଣ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଦିନ ୨ଟା ୩୫ରେ LVM3-M4 ରକେଟ୍ ଯୋଗେ ଉଡାଣ ଭରିଛି ଚନ୍ଦ୍ରଯାନ-୩। ଇସ୍ରୋ ସୂଚନା ମୁତାବକ, ଉତକ୍ଷେପଣର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ସଫଳ ହୋଇଛି। ଭୂପୃଷ୍ଠ ଛାଡିବାର ୧୬ ମିନିଟ ପରେ ୧୮୦ […]

You May Like

Pin It on Pinterest