
ସଂଜୟଶତପଥୀ(କଟକ):ତା ୧୬୵୭-ଅଲ ଓଡିଶା ଇପିଏଫ ପେନସନ ଆସୋସିଏସନ୍ ଆହ୍ୱାନ ରେ ଓଡିଶାର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ ମାନଙ୍କୁ ସ୍ଥାନୀୟ ପେନସନରସ ମାନେ ସାକ୍ଷାତ କରି ସେମାନଙ୍କ ସମସ୍ୟା ଅବଗତ କରାଇବା ପାଇଁ ନିଷ୍ପତ୍ତି ପରିପ୍ରେକ୍ଷୀରେ କଟକ ଲୋକସଭା ସଦସ୍ୟ ଶ୍ରୀ ଭର୍ତ୍ତୃହରି ମହତାବ ଙ୍କୁ ସନ୍ଧ୍ୟାରେ କଟକ ଜିଲ୍ଲା ସଂପାଦକ ବିନୋଦ କୁମାର ବେହେରା ଓ ସଙ୍ଘର ଉପସଭାପତି ସୁକାନ୍ତ କୁମାର ସ୍ବାଇଁ ସାକ୍ଷାତ ଆଲୋଚନା ସହ ସଂସଦ ରେ ସର୍ବନିମ୍ନ ପେନସନ ବୃଦ୍ଧି ସହିତ ମହଙ୍ଗାଭତ୍ତା ପ୍ରଦାନ ଦାବି ଉଥାପନ ପାଇଁ ଅନୁରୋଧ କରିଥିଲେ ।
ଓଡିଶାର ପେନସନ ଉପଭୋକ୍ତା ମାନେ ୧୦୦୦ ଟଙ୍କା କିମ୍ୱା ତାଠାରୁ କମ ଟଙ୍କା ପାଉଛନ୍ତି ।ତେଣୁ ସର୍ବ ନିମ୍ନ ମାସିକ ପେନସନ ୯୦୦୦ଟଙ୍କାକୁ ବୃଦ୍ଧି କରିବା ଓ ସରକାରୀ ଚିକିତ୍ସା ବୀମା ଯୋଗାଇଦେବା କୁ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିବା କୁ ଦାବି ପତ୍ର ରେ ଉଲ୍ଲେଖ କରାଯାଇଛି । ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ର ଦରବୃଦ୍ଧି ଆକାଶଛୁଆଁ ହୋଇଥିଲା ବେଳେ ସ୍ବଳ୍ପ ପେନସନ ରେ ବରିଷ୍ଠ ନାଗରିକ ମାନେ ବିଭିନ୍ନ ଜରାରୋଗରେ ଚିକିତ୍ସା କରାଇବା ମଧ୍ୟ ସମ୍ବବପର ନୁହେଁ ।
ସାଂସଦ ଶ୍ରୀ ମହତାବ ଙ୍କ ସହିତ ଆସୋସିଏସନ୍ ର ସଂପାଦକ ବିନୋଦ କୁମାର ବେହେରା ଓ ଉପସଭାପତି ସୁକାନ୍ତ କୁମାର ସ୍ବାଇଁ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଥିଲା ।



