ରାଜସ୍ଥାନ ଓ ମଣିପୁରରେ ଭୂକମ୍ପ ଝଟକା ଅନୁଭୂତ

ବାସ୍ତବ ବ୍ୟୁରୋ: ଆଜି ଭୋରରୁ ରାଜସ୍ଥାନ ଓ ମଣିପୁର ଠାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରାଜସ୍ଥାନର ଜୟପୁରରେ ୩ ଥର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ମଣିପୁରରେ ଥରେ ଏହା ଅନୁଭୂତ ହୋଇଥିବା ଜଣାଯାଇଛି। ଫଳରେ ଭୟଭୀତ ହୋଇ ଲୋକେ ଘର ଛାଡ଼ି ଖୋଲା ପଡ଼ିଆକୁ ପଳାଇଲେ। ଭୂମିକମ୍ପ ଯୋଗୁ ଉଭୟ ରାଜ୍ୟ ଧନଜୀବନ ହାନୀ ହୋଇଥିବା ନେଇ କୌଣସି ସୂଚନା ମିଳିନି ।

ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜସ୍ଥାନର ଜୟପୁରରେ ପ୍ରଥମ ଭୂମିକମ୍ପ ଭୋର ୪ଟା ୧୦ ମିନିଟ୍‌ରେ ଅନୁଭୂତ ହୋଇଥିଲା। ଘଣ୍ଟାଏ ମଧ୍ୟରେ ସମୁଦାୟ ୩ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାଯାଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ଥିବା ଜଣାଯାଇଛି।  ପ୍ରଥମ ଭୂମିକମ୍ପ ଝଟକା ଭୋର ୪ଟା୧୦ମିନିଟ୍‌ରେ , ଦ୍ୱିତୀୟ ଥର ୪ଟା୨୩ରେ ଓ ତୃତୀୟ ଭୂମିକମ୍ପ ଝଟକା ୪ଟା୨୫ ମିନିଟ୍‌ରେ ଅନୁଭୂତ ହୋଇଥିଲା। ପ୍ରଥମ ଭୂମିକମ୍ପ ଝଟକା ପରେ ଲୋକମାନେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ।

ସେହିପରି ମଣିପୁରର ଉଖରୁଲରେ ଭୋର ପ୍ରାୟ ୫ଟା୧ରେ ୩.୫ ତୀବ୍ରତା ଭୂମିକମ୍ପ ଅନୁଭୂତ ହେଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି।

ସେୟାର କରନ୍ତୁ

Next Post

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ଗଜପତିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ

Fri Jul 21 , 2023
ବାସ୍ତବ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ଗଜପତିଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ । ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ କମିଟି ଚିଠି ଲେଖୁ ବୋଲି ସେ କହିଛନ୍ତି । ରତ୍ନଭଣ୍ଡାର କେବେ ଖୋଲିବ ସରକାର ନିଷ୍ପତି ନେବେ ବୋଲି କହିଥିଲେ । ସେପଟେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଥିଲା ଏବଂ ଖୋଲିବାକୁ ସେ ନିବେଦନ କରିଛନ୍ତି […]

You May Like

Pin It on Pinterest