ସିବିଏସ୍‌ଇ ସ୍କୁଲରେ ଓଡ଼ିଆ ଭାଷାରେ ପାଠ ପଢିପାରିବେ ଛାତ୍ରଛାତ୍ରୀ

ବାସ୍ତବ ବ୍ୟୁରୋ: ଏବେ CBSE ସ୍କୁଲରେ ଓଡ଼ିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପାଠ ପଢି ପାରିବା ପାଇଁ ଅପସନ ରହିବ । CBSE ଅନୁବନ୍ଧିତ ସବୁ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠପଢ଼ା ଲାଗି ସର୍କୁଲାର ଜାରି କରିଛି CBSE । ଆଜି ଯାଏଁ CBSE ସ୍କୁଲରେ କେବଳ ଇଂରାଜୀ ଓ ହିନ୍ଦୀରେ ପଢ଼ାଇବାର ବ୍ୟବସ୍ଥା ଥିଲା।

ଏବେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠ୍ୟକ୍ରମ ଏ ଦୁଇ ଭାଷା ସମେତ ଓଡ଼ିଆ ଏବଂ ଅନ୍ୟ ଆଞ୍ଚଳିକ ଭାଷାରେ ପଢାଯାଇପାରିବ ।

ମାତୃଭାଷାରେ ପାଠ ପଢ଼ିଲେ ହିଁ ଛାତ୍ରଛାତ୍ରୀମାନେ ଭଲ ଭାବେ ପାଠକୁ ବୁଝି ପାରିବେ। ମୂଳ ବିଷୟର ସ୍ପଷ୍ଟତା ଆସିବ। ଛାତ୍ରଛାତ୍ରୀଙ୍କର ଚିନ୍ତନ ଶକ୍ତି ବୃଦ୍ଧି ପାଇବ, ଯାହା ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି। ତେବେ ପିଲାମାନେ କେଉଁ ଭାଷାରେ ପାଠ ପଢିବେ, ସେଥିପାଇଁ କୌଣସି ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବନାହିଁ। ସିବିଏସଇ ସ୍କୁଲ ଗୁଡ଼ିକ ଧୀରେ ଧୀରେ ଏ ବ୍ୟବସ୍ଥାକୁ ଆପଣାଇବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ପଦକ୍ଷେପ ଭାରତୀୟ ଭାଷା ଆଧାରିତ ଶିକ୍ଷାକୁ ବଢାଇବ । 

ସ୍କୁଲଗୁଡ଼ିକ ଧୀରେ ଧୀରେ ଏହି ବ୍ୟବସ୍ଥାକୁ ଆପଣେଇବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେୟାର କରନ୍ତୁ

Next Post

ଖୋଲିଲା ହୀରାକୁଦ ଗେଟ୍; ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ପର୍ଯ୍ୟାୟକ୍ରମେ ଆଉ ୪ଟି ଗେଟ୍ ଖୋଲାଯିବ...

Sun Jul 23 , 2023
ବାସ୍ତବ ବ୍ୟୁରୋ: ଆଜି(ରବିବାର) ସକାଳ ୯ଟାରେ ହୀରାକୁଦରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଛି । ୭ ନମ୍ବର ଗେଟ ଦେଇ ପ୍ରଥମ ବନ୍ୟାଜଳ ଛଡାଯାଇଛି। ସେକେଣ୍ଡ ପ୍ରତି ୭୫ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଥିବାବେଳେ ବର୍ତ୍ତମାନ ଗୋଟିଏ ଗେଟ ଖୋଲାଯାଇଛି । ପର୍ଯ୍ୟାୟ କ୍ରମେ ଆଉ ୪ଟି ଗେଟ ଖୋଲାଯିବ । ଉଲ୍ଲେଖ ଥାଉ କି ଶୁକ୍ରବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩.୫୮ଫୁଟ୍‌ରେ ପହଂଚିଥିବା ବେଳେ […]

You May Like

Breaking News

Pin It on Pinterest