ଗାଳ୍ପିକ ଅଭିରାମ ମଣ୍ଡଳଙ୍କ ଗଳ୍ପ ସଙ୍କଳନ”ପରାହତ ନାୟକ” ଲୋକାର୍ପିତ….

ଆଦିତ୍ଯ ବେହେରା(ଭୁବନେଶ୍ବର):ଆଜି ସଂନ୍ଧ୍ଯାରେ ରାଜଶ୍ରୀ ପରିବାରର ବରିଷ୍ଠ ସଦସ୍ୟ,ବିଶିଷ୍ଟ ଅନୁବାଦକ ତଥା ସୁନାମଧନ୍ୟ ଗାଳ୍ପିକ ଅଭିରାମ ମଣ୍ଡଳଙ୍କର ଗଳ୍ପ ସଂକଳନ “ପରାହତ ନାୟକ ” ଭୁବନେଶ୍ୱର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ନାରାୟଣୀ ବୁକ୍ ଷ୍ଟଲ୍ ପରିସରରେ ଉନ୍ମୋଚିତ ହୋଇଯାଇଛି।

ଏହି ଉନ୍ମୋଚନ ପର୍ବରେ ବିଶିଷ୍ଟ ସାହିତ୍ୟିକ ତଥ ଲବ୍ଧପ୍ରତିଷ୍ଠ କଥାକାର,କବି ଅଜୟ ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଲୋକାର୍ପିତ କରିଥିଲେ। ରାମାଂଶୁ ପ୍ରକାଶନୀ ଦ୍ଵାରା ପ୍ରକାଶିତ ଏହି ସଂକଳନର ଉନ୍ମୋଚନ ଉତ୍ସବରେ, ସଂଳାପକାର ରଜନୀ ରଂଜନ ଦାଶ,ରାଜଶ୍ରୀର ସମ୍ପାଦକ ଆଶୁକବି ହେମନ୍ତ ଜେନା, ଗୀତିକାର ଶ୍ରୀମନ୍ତ ପଣ୍ଡା ,କବି ରଞ୍ଜନ କୁମାର ସାହୁ ,କବି ସୁମିତା ବେହେରା ,ହୃଷିକେଶ ମହାପାତ୍ର,ଗାଳ୍ପିକ ସଞ୍ଜୟ କୁମାର ଭଟ୍ଟ, ଅଭିରାମ ବେହେରା ,ଦେବୀ ପ୍ରସନ୍ନ ନନ୍ଦ ଏବଂ ନାରାୟଣୀ ବୁକ୍ ଷ୍ଟଲ୍ ସତ୍ତ୍ଵାଧିକାରୀ ବାବୁଲି ବାବୁ ପ୍ରମୂଖ ଉପସ୍ଥିତ ରହି ସଂକଳନ ସମ୍ପର୍କରେ ନିଜସ୍ୱ ମତ ପ୍ରଦାନ କରିଥିଲେ। ଶେଷରେ ଗାଳ୍ପିକ ଅଭିରାମ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ଡକ୍ଟର ପ୍ରାଣ କୃଷ୍ଣ ପରିଜା ସାହେବଙ୍କ ଉପରେ ଆଲୋଚନା ସଭା....

Mon Jul 24 , 2023
ସେୟାର କରନ୍ତୁ

You May Like

Breaking News

Pin It on Pinterest