ଆଜିଠୁ ପଶ୍ଚିମ ଦ୍ୱାର ବାଟେ ଜଗା ଦର୍ଶନ କରିପାରିବେ ପୁରୀବାସିନ୍ଦା

ବାସ୍ତବ ବ୍ୟୁରୋ: ଆଜିଠୁ ଖୋଲିଲା ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର। ପୁରୀ ବାସିନ୍ଦା ପରିଚୟପତ୍ର ଦେଖାଇ ଏହି ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି। ଏନେଇ ସେମାନେ ଖୁସିବ୍ୟକ୍ତ ମଧ୍ୟ କରିଛନ୍ତି। 

ସୂଚନା ଥାଉ କି, କୋଭିଡ ସମୟରେ କେବଳ ସିଂହଦ୍ୱାର ଦେଇ ସମସ୍ତ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଥିଲା। ଏବେ ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର ଭକ୍ତଙ୍କ ପାଇଁ ଖୋଲାରହିବ। ସିଂହଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ବେଳେ ପ୍ରବଳ ଭିଡ଼ ହେଉଥିବାରୁ ୪ ଦ୍ୱାର ଭକ୍ତଙ୍କ ପାଇଁ ଖୋଲିବାକୁ ଦାବି ଜୋର ଧରିଥିଲା। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରଶାସନିକ ନିଷ୍ପତ୍ତିକୁ ପ୍ରତିବାଦ ଜଣାଇ ଏକ ଟ୍ୱିଟ୍ କରିଥିଲେ। ଅତି କମରେ ପୁରୀବାସୀଙ୍କ ପ୍ରବେଶ ପାଇଁ ଶ୍ରୀମନ୍ଦିର ଗୋଟିଏ ଦ୍ୱାର ନଖୋଲିଲେ, ଆଜିଠୁ ପଶ୍ଚିମଦ୍ୱାର ଆଗରେ ବସି ଠାକୁରଙ୍କୁ ଆରାଧନା କରିବେ ବୋଲି କହିଥିଲେ। ଶେଷରେ ପ୍ରଶାସନ ପଶ୍ଚିମ ଖୋଲା ଯିବ ବୋଲି ନିଷ୍ପତ୍ତି ନେଇଥିଲା।

ସେୟାର କରନ୍ତୁ

Next Post

ମୋଦୀ ସରକାରଙ୍କ ବିରୋଧରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତିଙ୍କ ମଞ୍ଜୁରୀ...

Wed Jul 26 , 2023
ବାସ୍ତବ ବ୍ୟୁରୋ: ମଣିପୁର ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ ବିରୋଧୀଦଳମାନେ ଆଗତ କରିଥିବା ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରାଯାଇଥିବା କଥା ଆଜି ଲୋକସଭାର ବାଚସ୍ପତି କହିଛନ୍ତି। ଏହା ସହ ସବୁ ରାଜନୈତିକ ଦଳ ସହିତ ଆଲୋଚନା କରିବା ପରେ ନିୟମ ଅନୁସାରେ, ଆଲୋଚନା ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ବିଷୟରେ ଅବଗତ କରାଇବାକୁ କହିଛନ୍ତି ବାଚସ୍ପତି ଓମ୍‌ ବିର୍ଲା । ସୂଚନାନୁଯାୟୀ, ଆଜି କଂଗ୍ରେସ ଓ ଭାରତ […]

You May Like

Pin It on Pinterest