ଆଜିର ଖାସ୍ ଖବର

୧-ଏପ୍ରିଲ ୨୭ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭିଡ଼ିଓ ଆଲୋଚନା।

୨-ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍‌ ହେଲ୍‌ପ ଡେକ୍ସ, ୯୩୩୭୯୨୯୦୦୦କୁ ହାଏ ଲେଖି ପଠାଇଲେ ମିଳିବ ତଥ୍ୟ।

୩-ମୋତ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ: ଯେତେ କଟକଣା ହେଲେ ବି ମାନୁନାହାନ୍ତି ଅମାନିଆ; ମାସ୍କ ନପିନ୍ଧି ବାହାରେ ବୁଲୁଥିବା ୪୦ ଜଣଙ୍କଠାରୁ ୮ ହଜାର ଟଙ୍କା ଆଦାୟ କଲା ପୁଲିସ୍।

୪-ଅବରୋଧ ଅଞ୍ଚଳ ମୁକ୍ତ ହେଲା ଭୁବନେଶ୍ୱର । ସତ୍ୟନଗର, ସୂର୍ଯ୍ୟନଗର ଓ ବମିଖାଲରୁ ଉଠିଲା କଣ୍ଟେନମେଣ୍ଟ କଟକଣା । କିନ୍ତୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ତୀକ୍ଷ୍ଣ ନଜର ରଖିବ BMC।

୫-ସରପଞ୍ଚମାନଙ୍କ ଦକ୍ଷତା ଉପରେ ଭରସା କଲେ ନବୀନ : ବାହାର ରାଜ୍ୟରେ ଥିବା ଓଡ଼ିଆଙ୍କୁ ତାଗିଦ, ଫେରିବା ପୂର୍ବରୁ ରେଜିଷ୍ଟ୍ରେସନ୍‌ କର।

୬-ରାଜ୍ୟରେ କାଳବୈଶାଖୀ ଆଶଙ୍କା, ୧୦ ଜିଲ୍ଲାକୁ ଜାରି ହେଲା ୟୋଲୋଓ୍ଵାର୍ଣ୍ଣିଂ।

୭-ମାଣବସା ଗୁରୁବାର, ଛଉ ନୃତ୍ୟ ଏବଂ ରାବଣ ଛାୟାକୁ ମିଳିଲା କେନ୍ଦ୍ରୀୟ ମାନ୍ୟତା।

୮-ବ୍ରହ୍ମପୁର:ନକଲି ମଦ ତିଆରି ଆଡ୍ଡା ଉପରେ ଚଢ଼ାଉ: ୪୭୪୦ ଲିଟର ଦେଶୀ ମଦ ସହ ବିଭିନ୍ନ ସାମଗ୍ରୀ ଜବତ।

୯-ଓଡ଼ିଶା-ପଶ୍ଚିମବଙ୍ଗ ପ୍ରବେଶ ପଥରେ କଡ଼ା ପହରା, ବ୍ୟାପକ ଟ୍ରାଫିକ୍‌ କର୍ମଚାରୀ ମୁତୟନ।

୧୦-ଲକ୍‌ଡାଉନ୍‌ କୋହଳ ପରେ ରାଜ୍ୟକୁ ଫେରିବେ ୫ ଲକ୍ଷ ଶ୍ରମଜୀବି, ପଞ୍ଜିକରଣ ଲାଗି ସ୍ଵତନ୍ତ୍ର ପୋର୍ଟାଲ : ଆରମ୍ଭ ହେଲା ସରକାରଙ୍କ ହ୍ଵାଟ୍ସଆପ୍ ଇନ୍ଫୋ ଡେସ୍କ।

୧୧-ଭୁବନେଶ୍ବର:କରୋନା ପାଇଁ ରମଜାନରେ ସମୂହ ନମାଜ ପାଠ ମନା।

୧୨-ନୂଆ ଦିଲ୍ଲୀ:ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ୭ ବର୍ଷ ଯାଏ ଜେଲ, ମୋଟା ଅଙ୍କର ଜରିମାନା ମଧ୍ୟ ଗଣିବେ।

୧୩-ଭୁବନେଶ୍ବର:ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆଶ୍ୱସ୍ତିକର ଖବର; ବଢ଼ିବନି ବିଦ୍ୟୁତ୍ ଶୁଳ୍କ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଯାଜପୁରରେ ଆଉ ୪ କରୋନା ପଜିଟିଭ ଚିହ୍ନଟ

Thu Apr 23 , 2020
ବାସ୍ତବ ବ୍ୟୁରୋ-ଆଜି ଆଉ ୪ଜଣ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭କୁ ବୃଦ୍ଧି ପାଇଛି । ୪ଜଣ ଆକ୍ରାନ୍ତ ଯାଜପୁର ଜିଲ୍ଳାର ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ୪ ଜଣଙ୍କୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଂଚିଥିବାବେଳେ ଜଣେ ସୁସ୍ଥ ହୋଇଛନ୍ତି […]

You May Like

Pin It on Pinterest