ଯାଜପୁରରେ ଆଉ ୪ କରୋନା ପଜିଟିଭ ଚିହ୍ନଟ

ବାସ୍ତବ ବ୍ୟୁରୋ-ଆଜି ଆଉ ୪ଜଣ କରୋନା ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭କୁ ବୃଦ୍ଧି ପାଇଛି । ୪ଜଣ ଆକ୍ରାନ୍ତ ଯାଜପୁର ଜିଲ୍ଳାର ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ୪ ଜଣଙ୍କୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପହଂଚିଥିବାବେଳେ ଜଣେ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ୧୧ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ଏହାସହ ଓଡ଼ିଶାରେ ୮୭ଜଣ ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩ଜଣ ସୁସ୍ଥ ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୫୩ଜଣ ରାଜ୍ୟରେ କରୋନା ଆକ୍ରାନ୍ତରେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନା ଅପ୍-ଡ଼େଟ୍

Thu Apr 23 , 2020
 ବାସ୍ତବ ବ୍ୟୁରୋ-କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କରୋନା ସମ୍ପର୍କିତ ଅପ୍-ଡ଼େଟ୍ ଦେଇ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ଭାରତରେ ୧୪୦୯ଟି ନୂଆ ମାମଲା ଜଣାପଡ଼ିଛି । ଏହା ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୩୯୩ ଥିବା ବେଳେ ଏଯାଏଁ ୬୮୧ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ୧୬,୪୫୪ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୪୨୫୭ଜଣ ସୁସ୍ଥ […]

You May Like

Pin It on Pinterest