ପୁଣି ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ବାସ୍ତବ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପୁଣି ଗିରଫ । ତୋଷଖାନା ମାମଲାରେ ଇମ୍ରାନଙ୍କୁ କୋର୍ଟ ୩ବର୍ଷ ଦଣ୍ଡାଦେଶ ଦେବା ପରେ, ଲାହୋରସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରିଛି ପାକିସ୍ତାନ ପୋଲିସ । ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇସଲାମାବାଦର ଏକ ତଳ କୋର୍ଟ ତୋଷଖାନା ମାମଲାର ଶୁଣାଣି କରି ଇମ୍ରାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡବିଧାନ କରିଛନ୍ତି । ଅଦାଲତ ଇମ୍ରାନଙ୍କୁ ୩ବର୍ଷ ଦଣ୍ଡାଦେଶ ସହ ୧ଲକ୍ଷ ଟଙ୍କା ଜରିମାନା କରିଛନ୍ତିି । ତେବେ ଜରିମାନା ଆଦାୟ ହୋଇନପାରିଲେ ସେ ଆଉ ୬ମାସ ଜେଲରେ ରହିବେ । ଏହି ଦଣ୍ଡାଦେଶ ଘୋଷଣା ହେବା ପରେ ଇମ୍ରାନ୍ ଖାନ୍ ଙ୍କୁ ଆସନ୍ତା ୫ ବର୍ଷ ପାଇଁ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଇମ୍ରାନଙ୍କ ବିରୋଧରେ ଥିବା ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ତଥା ସେସନସ ଜଜ୍ ହୁମାୟୁନ୍ ଦିଲାୱାର କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କରାଯାଇଥିବା ଅଭିଯୋଗ ପ୍ରମାଣିତ ହୋଇଛି । ମାମଲାର ପୁନଃବିଚାର ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ଏହି ରାୟ ଦେଇଛନ୍ତି ତଳ କୋର୍ଟ ।

ସେୟାର କରନ୍ତୁ

Next Post

ବଢୁଛି ହୀରାକୁଦର ଜଳସ୍ତର;୨୦ଟି ଗେଟରେ ଛଡ଼ାଯାଉଛି ପାଣି

Sun Aug 6 , 2023
ବାସ୍ତବ ବ୍ୟୁରୋ: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି। ଆଜି(ରବିବାର) ସକାଳ ୮ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୯୭ ଫୁଟ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୪,୨୫,୩୮୩ କ୍ୟୁସେକ ଜଳ ପ୍ରବେଶ କରୁଛି। ୨୦ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୩,୧୭,୬୭୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୧.୯୫ ଫୁଟ ରହିଥିଲା। […]

You May Like

Pin It on Pinterest