ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପୟୀଙ୍କ ପୁନ୍ୟତିଥି

ବାସ୍ତବ ବ୍ୟୁରୋ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି । ଏହି ଅବସରରେ ବାଜପେୟୀଙ୍କ ସମାଧି ସ୍ଥଳ ‘ସଦୈବ ଅଟଳ’ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ବରିଷ୍ଠ ନେତା ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଆଜି ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ପଞ୍ଚମତମ ପୁଣ୍ୟତିଥି । ଏହି ଅବସରରେ ସମାଧିସ୍ଥଳ ‘ସଦୈବ ଅଟଳ’ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଝିଅ, ଜ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ । ୨୦୧୮ ଅଗଷ୍ଟ ୧୬ରେ ବାଜପେୟୀଙ୍କର ଦେହାନ୍ତ ହୋଇଥିଲା । ତିନି ଥର ଦେଶର ପ୍ରଧାନମନ୍ତ୍ରୀ ଥିବା ବାଜପେୟୀଙ୍କ ଜନ୍ମ ୨୫ ଡିସେମ୍ବର ୧୯୨୪ରେ ମଧ୍ୟପ୍ରଦେଶର ଗ୍ୱାଲିୟରରେ ହୋଇଥିଲା ।

ସେୟାର କରନ୍ତୁ

Next Post

ବାଗୁଡ଼ି ପଥର ଖାଦାନରେ ବ୍ଲାଷ୍ଟିଂ;୫ ଗୁରୁତର

Wed Aug 16 , 2023
ବାସ୍ତବ ବ୍ୟୁରୋ: ଆଜି ବାଲେଶ୍ୱର ଜିଲ୍ଲା ସୋର ଥାନା ବାଗୁଡ଼ି ପଥର ଖାଦାନରେ ବ୍ଲାଷ୍ଟିଂ ହୋଇ ୫ ଶ୍ରମିକ ଗୁରୁତର । ଏହି ଅଘଟଣ ଯୋଗୁ ପଥର ତଳେ ଜଣେ ଶ୍ରମିକ ଚାପି ହୋଇ ଯାଇଥିବା ଜଣାଯାଇଛି। ଆଜି ସକାଳେ ବାଗୁଡ଼ି ପଥର ଖାଦାନରେ ବ୍ଲାଷ୍ଟିଂ କରାଯାଇଥିଲା। ଉକ୍ତ ସମୟରେ ସେଠାରେ ଉପସ୍ଥିତ ଥିବା ଶ୍ରମିକଙ୍କ ଉପରେ ପଥର ଖଣ୍ଡମାନ ପଡ଼ିଥିଲା। ଫଳରେ ୫ ଜଣ ଗୁରୁତର ହୋଇ ପଡ଼ିଥିଲେ। […]

You May Like

Pin It on Pinterest