
ସଂଜୟ ଶତପଥୀ(କଟକ):କଟକର ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ରେ ଆରମ୍ଭ ହୋଇଛି ବିଶିଷ୍ଟ ଆଧ୍ୟାତ୍ମିକ ଅନୁଷ୍ଠାନ ତୁଳସୀ ସାହିତ୍ୟ ସଂସଦ ପକ୍ଷରୁ ଷଟତ୍ରୀଂଶ୍ ତମ ସପ୍ତଦୀବସୀୟ ଶ୍ରୀ ରାମଚରିତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ।
ଏହି କାର୍ଯ୍ୟକ୍ରମର ମୂଖ୍ୟ ଶ୍ରୀ ମାନସ ଦାସ (ରାମାୟଣୀ) ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସପ୍ତଦୀବସ ରେ ଓଡ଼ିଶା ର ବହୁ ବିଶିଷ୍ଟ ତଥା ଆଧ୍ୟାତ୍ମିକ ପ୍ରବକ୍ତା ଯୋଗଦେଇ ପ୍ରଭୁ ଶ୍ରୀ ରାମ କଥାର ମହିମା ବିଷୟରେ ଆଲୋଚନା କରିବା ସହ ସନାତନ ଧର୍ମର ପ୍ରଚାର ଓ ପ୍ରସାର ଦିଗରେ ସହାୟକ ର ଭୂମିକା ଗ୍ରହଣ କରିବେ।
ପ୍ରଥମ ଦିବସରେ ମହନ୍ତ ଶ୍ରୀ ସୂଜନ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଞ୍ଚାଳକ ଡଃ ପ୍ରଫୁଲ୍ଲ କୁମାର ଦାଶ, ନ୍ୟାୟ ମୂର୍ତ୍ତି ଶ୍ରୀ ମନୋରଞ୍ଜନ ମହାନ୍ତି ଯୋଗଦେଇଥିଲା ବେଳେ ଉଦଘାଟକ ଭାବେ ସ୍ବାମୀଜୀ ମହିମା ନନ୍ଦ ସରସ୍ଵତୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶ୍ରୀରାମମୟ କରିଦେଇଥିଲେ। ଅବଶେଷରେ ତୁଳସୀ ସାହିତ୍ୟ ସଂସଦ ପକ୍ଷରୁ ଶ୍ରୋତା ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥୂଲା।