ଚଳିତ ମାସ ୩୧ରୁ କଳାହାଣ୍ଡିର ଉତ୍‌କେଲାକୁ ଉଡ଼ିବ ବିମାନ

ବାସ୍ତବ ବ୍ୟୁରୋ: କଳାହାଣ୍ଡି ଜିଲାର ଉତ୍‌କେଲାକୁ ଚଳିତ ମାସ ୩୧ ତାରିଖରୁ ଆରମ୍ଭ ହେବ ବିମାନ ଚଳାଚଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ। ସେହିପରି କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀ ମଧ୍ୟ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଉପସ୍ଥିତ ରହି ପତାକା ଦେଖାଇ ଏହାର ଶୁଭାରମ୍ଭ କରିବେ। ସେହି ଦିନ ସକାଳ ୧୦ଟା ୩୫ରେ ବିମାନଟି ଭୁବନେଶ୍ୱରରୁ ଉତ୍‌କେଲା ଅଭିମୁଖେ ଯାତ୍ରା କରିବ।

ଉତ୍‌କେଲା ହେବ ରାଜ୍ୟର ୫ମ ବିମାନ ବନ୍ଦର, ଯେଉଁଠାକୁ ବିମାନ ଉଡ଼ିବ। ସୂଚନା ଅନୁଯାୟୀ, ପ୍ରତ୍ୟେକ ଦିନ ଭୁବନେଶ୍ୱରରୁ ଉତ୍‌କେଲାକୁ ବିମାନ ଚଳାଚଳ କରିବ। ପ୍ରତ୍ୟେକ ଦିନ ଗୋଟିଏ ଥର ବିମାନ ଚଳାଚଳ କରିବ। ଅର୍ଥାତ୍ ଭୁବନେଶ୍ୱରରୁ ଉତକେଲାକୁ ଯିବ ଓ ସେଠାରୁ ଭୁବନେଶ୍ୱରକୁ ଫେରିବ।

ପ୍ରାରମ୍ଭିକ ସ୍ତରରେ ବିମାନ କେବଳ ଭୁବନେଶ୍ୱରରୁ ଉତ୍‌କେଲାକୁ ଯିବ। ପରବର୍ତ୍ତୀ ସମୟରେ ଏହାକୁ ରାୟପୁର ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ। ଅର୍ଥାତ୍ ବିମାନ ଭୁବନେଶ୍ୱରରୁ ଉତ୍‌କେଲା ଯାଇ ସେଠାରୁ ରାୟପୁର ଯିବ। ସେହିପରି ବିମାନ ରାୟପୁରରୁ ଉତ୍‌କେଲା ଆସିବ ଓ ସେଠାରୁ ଭୁବନେଶ୍ୱର ଫେରିବ।

ସେୟାର କରନ୍ତୁ

Next Post

ପରଲୋକରେ ବିଶିଷ୍ଟ ସାହିତ୍ୟିକ ଜୟନ୍ତ ମହାପାତ୍ର...

Sun Aug 27 , 2023
ବାସ୍ତବ ବ୍ୟୁରୋ: ପରଲୋକରେ ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ଡ.ଜୟନ୍ତ ମହାପାତ୍ର । କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତି ୯ଟାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଡ. ମହାପାତ୍ର  କିଛି ଦିନ ହେଲା ଅସୁସ୍ଥ ଥିଲେ। ଜ୍ବରରେ ପଡ଼ିବା ସହ ତାଙ୍କ ହୃତ୍‌ସ୍ପନ୍ଦନରେ ସମସ୍ୟା ଦେଖାଦେଇଥିଲା। ଘରେ ରହି ସେ ଚିକିତ୍ସିତ ହେଉଥିଲେ। ହୃଦ୍‌ରୋଗ ବିଶେଷଜ୍ଞ ପ୍ରଫେସର୍‌ ଡାକ୍ତର ବିଶ୍ୱଜିତ ଦାସଙ୍କ […]

You May Like

Pin It on Pinterest