ମହାକାଳେଶ୍ୱରଙ୍କ ଶରଣରେ ଶିବରାଜ ସିଂ ଚୌହାନ୍

ବାସ୍ତବ ବ୍ୟୁରୋ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଘାରିଛି ଚାଷୀଙ୍କ ଚିନ୍ତା । ମରୁଡି ପରିସ୍ଥିତି ନେଇ ଜରୁରୀକାଳୀନ ବୈଠକ ପରେ ଆଜି ମହାକାଳେଶ୍ୱରଙ୍କ ଶରଣରେ ଯାଇ ପୂଜାର୍ଚ୍ଚନା କରିଛନ୍ତି ଶିବରାଜ ସିଂ ଚୌହାନ ।

ମୁଖ୍ୟମନ୍ତ୍ରୀ ଚୌହାନ୍‌ କହିଛନ୍ତି, ଅଗଷ୍ଟ ମାସରେ ରାଜ୍ୟରେ ମରୁଡ଼ି ପରସ୍ଥିତି ଦେଖା ଦେଇଛି। ଫଲସ ପ୍ରତି ବିପଦ ଦେଖା ଦେଇଛି। ଭଲ ବର୍ଷା କରାଇ ଫସଲ ରକ୍ଷା କରିବା ଲାଗି ମୁଁ ମହାକାଳଙ୍କୁ ପ୍ରାର୍ଥନା କରିଛି। ନିଜ ନିଜ ଗାଁ ଓ ରାଜ୍ୟରେ ଭଲ ବର୍ଷା ପାଇଁ ପ୍ରାର୍ଥନା କରିବାକୁ ମଧ୍ୟ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି, ପ୍ରାର୍ଥନା ଶୁଣାଯାଏ, କାମ ବି ଦିଏ। ନିଷ୍ଠାର ସହିତ ପ୍ରାର୍ଥନା କଲେ ଈଶ୍ୱର ଆଶୀର୍ବାଦ କରନ୍ତି।

ଅନାବୃଷ୍ଟି ଯୋଗୁଁ ରାଜ୍ୟରେ ବିଜୁଳି ଶକ୍ତି ସଙ୍କଟ ସୃଷ୍ଟି ହୋଇଥିବା କଥା ବି ସେ କହିଛନ୍ତି। ସେ କହିଛନ୍ତି, ଏ ସମୟରେ ସାଧାରଣତଃ ୮,୦୦୦-୯,୦୦୦ ମେଗାୱାଟ୍‌ ବିଜୁଳି ଶକ୍ତି ଆବଶ୍ୟକ ହୁଏ। କିନ୍ତୁ, ଚାହିଦା ୧୫,୦୦୦ ମେଗାୱାଟ୍‌କୁ ବୃଦ୍ଧି ପାଇଛି। ଫଳରେ ଚାହିଦା ମୁତାବକ ବିଜୁଳି ଶକ୍ତି ଯୋଗାଣ ହୋଇ ପାରୁନାହିଁ।

ସେୟାର କରନ୍ତୁ

Next Post

ଆଜି ୫ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

Mon Sep 4 , 2023
ବାସ୍ତବ ବ୍ୟୁରୋ: ଆଜି ଭାଦ୍ରବ- କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କର ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସାନ୍ନପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ୧୦୮ କୁମ୍ଭ ଜଳ ସ୍ନାନ ପରେ ଜ୍ୱରରେ ପୀଡିତ ହୋଇଥିଲେ। ଅଣସର ଗୃହରେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କର ମସ୍ତକରୁ ରାହୁରେଖା ଓଲାଗି କରାଯାଇଥିଲା। ସେହିଦିନ ଠାରୁ ସେମାନେ ଆଉ ରାହୁରେଖା ପରିଧାନ କରିନଥିଲେ।ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁବର୍ଣ୍ଣର […]

You May Like

Pin It on Pinterest