ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ଜି-୨୦ ସମ୍ମିଳନୀରେ ଭାଗ ନେବାକୁ ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ନୂଆଦିଲ୍ଲୀରେ ପହଞ୍ଚିବା ପରେ ରାଷ୍ଟ୍ରପତି ବାଇଡେନ ସିଧା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନାରେ ଭାଗ ନେବା ପାଇଁ।

 ନୂଆଦିଲ୍ଲୀରେ ରାଷ୍ଟ୍ରପତି ବାଇଡେନଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଥମ ବାହ୍ୟ ସ୍ତରରେ ଅର୍ଦ୍ଧସାମରିକ ବାହିନୀ ନିୟୋଜିତ ରହିବେ। ଦ୍ବିତୀୟ ସ୍ତରରେ ଭାରତର ସ୍ବତନ୍ତ୍ର ପ୍ରୋଟେକ୍ସନ ଗ୍ରୁପ୍‌ର କମାଣ୍ଡୋମାନେ ରହିବେ। ଏବଂ ସବା ଶେଷ ଅଭ୍ୟନ୍ତର ସର୍କଲରେ ରହିବେ ସିକ୍ରେଟ୍ ସର୍ଭିସ ଏଜେଣ୍ଟମାନେ। ବାଇଡେନ ଏବଂ ଆମେରିକାର ଅନ୍ୟ ପତିନିଧିମାନେ ଆଇଟିସି ମୌର୍ଯ୍ୟ ଶେରାଟନ ହୋଟେଲରେ ରହିବାର ବନ୍ଦୋବସ୍ତ ହୋଇଛି। ସେଠାକାର କର୍ମଚାରୀମାନଙ୍କର ପୃଷ୍ଠଭୂମି ଯାଞ୍ଚ କରାଯିବ। ବାଇଡେନ ଯେଉଁ ଚତୁର୍ଦ୍ଦଶ ମହଲାରେ ରହିବେ, ସେଠାକୁ ଯିବା ପାଇଁ ସ୍ବତନ୍ତ୍ର ଆକ୍ସେସ୍ କାର୍ଡର ବ୍ୟବସ୍ଥା ରହିବ। ବାଇଡେନଙ୍କ ପାଇଁ ଏକ ସ୍ବତନ୍ତ୍ର ଲିଫ୍ଟ ମଧ୍ୟ ନିର୍ମାଣ କରାଯାଇଛି। ଏହି ହୋଟେଲର ପ୍ରାୟ ୪୦୦ ପ୍ରକୋଷ୍ଠ ବୁକ୍ କରାଯାଇଛି।

ଖାଲି ସେତିକି ନୁହେଁ, ବାଇଡେନଙ୍କ କାରକେଡରେ ୫୦ଟି ଗାଡି ସାମିଲ ହେବ ବୋଲି ସୂଚନା ମିଳିଛି । ଯାହା ଭିତରେ ରହିଛି ସବୁଠୁ ସୁରକ୍ଷିତ କାର ଦ ବିଷ୍ଟ୍ ।

ସେୟାର କରନ୍ତୁ

Next Post

୯ ଓ ୧୦ରେ ରାଜ୍ୟରେ ପାଗ ଶୁଖିଲା ରହିବ: ୧୧ରୁ ବର୍ଷିବ; ୧୨ରେ ଘୂର୍ଣ୍ଣିବଳୟ!

Sat Sep 9 , 2023
ବାସ୍ତବ ବ୍ୟୁରୋ: ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ୯ ଓ ୧୦ ତାରିଖରେ ରାଜ୍ୟରେ ପାଗ ଶୁଖିଲା ରହିବ। ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ୧୧ ତାରିଖରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ୧୨ ତାରିଖରୁ ରାଜ୍ୟରେ ବର୍ଷାର ବିସ୍ତୃତି ବଢ଼ିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ, ଆସନ୍ତା ୧୧ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ, ଯାଜପୁର, […]

You May Like

Pin It on Pinterest