ପରବର୍ତ୍ତୀ ଜି-୨୦ ଅଧ୍ୟକ୍ଷତା କରିବ ବ୍ରାଜିଲ

ବାସ୍ତବ ବ୍ୟୁରୋ: ଆଜି ଜି-୨୦ ଶିଖର ସମ୍ମିଳନୀକୁ ସାଙ୍ଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା ଭାର ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଦା ସିଲଭାଙ୍କୁ ହସ୍ତାନ୍ତର କରିଛନ୍ତି। ସମ୍ମିଳନୀର ଶେଷ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗତକାଲି ଆମେ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର’ ଅଧିବେଶନରେ ବ୍ୟାପକ ଆଲୋଚନା କରିଥିଲୁ। ଆଜି ଜି-୨୦ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ଦୃଷ୍ଟିକୋଣକୁ ନେଇ ଆଶାବାଦୀ ଉଦ୍ୟମ ପାଇଁ ଏକ ପ୍ଲାଟଫର୍ମ ହୋଇପାରିଛି। ଏଥିପାଇଁ ମୁଁ ଖୁବ୍ ଆନନ୍ଦିତ। 

ପରବର୍ତ୍ତୀ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବ ବ୍ରାଜିଲ। ଚଳିତ ସଂସ୍କରଣର ଅନ୍ତିମ ଦିନରେ ବ୍ରାଜିଲକୁ ଜି-୨୦ର ଅଧ୍ୟକ୍ଷତା ଭାର ସମର୍ପଣ କଲା ଭାରତ। ଆସନ୍ତା ବର୍ଷକୁ ବ୍ରାଜିଲରେ ଅନୁଷ୍ଠିତ ହେବ ଜି-୨୦ ଶିଖର ସମ୍ମିଳନୀ। ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଭାର ସମର୍ପଣ କରିଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

ଲୁଲା ଦା ସିଲଭା, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚଳିତ ସଂସ୍କରଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସେ ଅଧ୍ୟକ୍ଷତାକୁ ଗ୍ରହଣ କରି କହିଛନ୍ତି, ସାମାଜିକ ସମାବେଶ, କ୍ଷୁଧା ଦୂରିକରଣ, ଶକ୍ତି ପରିବର୍ତ୍ତନ ଏବଂ ନିରନ୍ତର ବିକାଶ ଜି-୨୦ ଶିଖର ସମ୍ମିଳନୀର ପ୍ରାଥମିକତା। ରାଜନୈତିକ ଶକ୍ତି ଫେରି ପାଇବା ପାଇଁ ଜାତିସଂଘ ସୁରକ୍ଷା ପରିଷଦ ସ୍ଥାୟୀ, ଅଣ-ସ୍ଥାୟୀ ସଦସ୍ୟ ଭାବରେ ନୂତନ ବିକାଶଶୀଳ ଦେଶର ଆବଶ୍ୟକ ଲୋଡୁଛି। ବିଶ୍ୱ ବ୍ୟାଙ୍କ ଏବଂ ଇଣ୍ଟରନ୍ୟାସନାଲ୍ ମନିଟାରୀ ଫଣ୍ଡରେ ଉଦୀୟମାନ ଦେଶଗୁଡିକ ପାଇଁ ଆମେ ଅଧିକ ପ୍ରତିନିଧିତ୍ୱ ଚାହୁଁଛୁ ବୋଲି ଲୁଲା ଦା ସିଲଭା କହିଛନ୍ତି। 

ସୂଚନାନୁଯାୟୀ, ଚଳିତ ବର୍ଷ ଜି-୨୦ ଶିଖର ସମ୍ମିଳନୀର ପ୍ରଥମ କରି ଭାରତ ଅଧ୍ୟକ୍ଷତା କରିଥିଲା। ଏହି କାର୍ଯ୍ୟକ୍ରମ ଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ ଦୁଇ ଦିନ ଧରି ଆୟୋଜିତ ହୋଇଥିଲା। ଏଥିରେ ବିଶ୍ୱର ବହୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରମୁଖ୍ୟ ଯୋଗଦାନ କରିଥିଲେ। 

ସେୟାର କରନ୍ତୁ

Next Post

ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍ । ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି ।

Sun Sep 10 , 2023
ବାସ୍ତବ ବ୍ୟୁରୋ: ଟସ୍ ଜିତିଲା ପାକିସ୍ତାନ, ପ୍ରଥମେ ବୋଲିଂ କରିବାକୁ ନେଲା ନିଷ୍ପତ୍ତି । ଆଜି ଏସିଆ କପ୍ ସୁପର-୪ ମୁକାବିଲାରେ ଭାରତ-ପାକିସ୍ତାନ ମୁହାଁମୁୁହିଁ ହେଉଛନ୍ତି । ଆଉ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ବାବର ଆଜମ୍ । ଫଳରେ କ୍ରିକେଟ୍ ପ୍ରେମୀମାନେ ପ୍ରଥମେ ଭାରତର ବ୍ୟାଟିଂ ଦେଖିବାକୁ ପାଇବେ । ଆଜି ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ ହେଇଛି । ଦୀର୍ଘ […]

You May Like

Pin It on Pinterest