ଓଡ଼ିଶା ଫେରିବାକୁ ଚାହୁଁଥିଲେ ସର୍ବପ୍ରଥମେ ପଞ୍ଜିକରଣ କର

ବାସ୍ତବ ବ୍ୟୁରୋ- ଓଡ଼ିଶାକୁ ଫେରୁଥିବା ଲୋକଙ୍କ ଚିନ୍ତା ନେଇ ସରକାର ସମ୍ବେଦଳନଶୀଳ ଅଛନ୍ତି । ଓଡ଼ିଶା ଫେରିବାକୁ ଚାହୁଁଥିଲେ ସର୍ବପ୍ରଥମେ ସେମାନଙ୍କୁ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡ଼ିବ । ଗତକାଲିଠାରୁ ଏହି ପୋର୍ଟାଲରେ ପଞ୍ଜିକରଣ ଆରମ୍ଭ ହୋଇଛି । ପଞ୍ଜିକରଣ ପାଇଁ ଦୁଇଟି ଜିନିଷ ନିହାତି ଆବଶ୍ୟକ ରହିଛି । ଆଧାର ନମ୍ବର ଓ ମୋବାଇଲ ନମ୍ବର ପଞ୍ଜୀକରଣ ବେଳେ ବାଧ୍ୟତାମୂଳକ । ବିନା ଆଧାର ଓ ମୋବାଇଲ ନମ୍ବରରେ ଓଡିଶା ଫେରି ପାରିବେନି ବାହାରେ ଫସିଥିବା ଓଡିଆ । ଯଦି ନିଜେ ପଞ୍ଜୀକରଣ କରୁଛନ୍ତି ତେବେ ଆପଣ ନିଜ ନମ୍ବର ଦେବେ । ଆଉ ଯଦି ଆପଣଙ୍କ ପାଇଁ ଅନ୍ୟ କେହି ପଞ୍ଜୀକରଣ କଲେ ତେବେ ତାଙ୍କ ନମ୍ବର କିମ୍ବା ପରିବାର ଲୋକଙ୍କ ନମ୍ବର ଦିଆଯିବ, ଏତତବ୍ୟତୀତ ନିଯୁକ୍ତି ଦିଆଯାଇଥିବା ନୋଡ଼ାଲ ଅଫିସର ମଧ୍ୟ ପଞ୍ଜୀକରଣ କରିପାରିବେ ବୋଲି ସ୍ପଷ୍ଟ କରିଛନ୍ତି ପଞ୍ଚାୟତିରାଜ ପ୍ରମୁଖ ସଚିବ ଦେଓ ରଞ୍ଜନ ସିଂହ ।

ଏହାସହ ଦେଶରେ ମୃତ୍ୟୁସଂଖ୍ୟା ୭୭୫କୁ ବୃଦ୍ଧି ପାଇଛି । ସେହିପରି ଓଡ଼ିଶାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଓଡ଼ିଶାରେ ଏପର୍ଯ୍ୟନ୍ତ ୨୦୫୯୯ନମୁନା ପରୀକ୍ଷାର ରିପୋର୍ଟ ମିଳିସାରିଛି । ସେଥି ମଧ୍ୟରେ ୯୪ଜଣଙ୍କର ରିପୋର୍ଟ ପଜିଟିଭ୍ ରହିଛି । ସେମାନଙ୍କ ମଧ୍ୟରୁ ୩୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଏବେ ୬୦ରେ ରହିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏସି, କୁଲର ଏବଂ ଫ୍ୟାନ ବ୍ୟବହାର ପାଇଁ କେନ୍ଦ୍ର ସରକାର ଜାରି କଲେ ଗାଇଡ୍ ଲାଇନ୍

Sat Apr 25 , 2020
ବାସ୍ତବ ବ୍ୟୁରୋ-ଏୟାର କଣ୍ଡିସିନର, କୁଲର୍ ଏବଂ ଫ୍ୟାନ୍ ବ୍ୟବହାର ପାଇଁ କେନ୍ଦ୍ର ସରକାର ଜାରି କଲେ ଗାଇଡ୍ ଲାଇନ୍। କରୋନା ଭାଇରସର କାୟା ବଢି ବଢି ଚାଲିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ଗୀଷ୍ମ ପ୍ରଭାବ ମଧ୍ୟ ବଢିଚାଲିଛି । ଏନେଇ ଲୋକମାନେ ନିଜ ଘରେ AC,କୁଲର୍ ଏବଂ ଫ୍ୟାନ୍ ର ବ୍ୟବହାର କରିବାରେ ଲାଗିଛନ୍ତି । କିଛି ବିଶେଷଜ୍ଞମାନେ କହିଛନ୍ତି ଯେ, ଘରର ACରେ କରୋନା ବିପଦ ନାହିଁ […]

You May Like

Pin It on Pinterest