୩୦ରେ ଲଘୁଚାପ, ରାଜ୍ୟରେ ଜାରି ରହିବ ବର୍ଷା

ବାସ୍ତବ ବ୍ୟୁରୋ: ରାଜ୍ୟରେ ଆଗାମୀ ୩-୪  ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ୨୭ ତାରିଖ ଠାରୁ ୩-୪ ଦିନ ପର୍ଯ୍ୟନ୍ତ ଶୁଖିଲା ପାଗ ରହିବ । କିନ୍ତୁ ୩୦ ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ପୁଣି ବର୍ଷା ପରିମାଣ ବଢିବ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପକ୍ଷରୁ କୁହାଯାଇଛି ଯେ ବାଲେଶ୍ୱର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ,ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ,ଢେଙ୍କାନାଳ, ରାୟଗଡ଼ା, ସୁନ୍ଦରଗଡ଼, ଦେବଗଡ଼, ବୌଦ୍ଧ, କନ୍ଧମାଳ ଆଦି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବ  । ଏଥିପାଇଁ ଏସବୁ ଜିଲ୍ଲା ପାଇଁ ହଳଦିଆ ସତର୍କତା ଜାରି କରାଯାଇଛି ।

ପରବର୍ତ୍ତୀ ୨୪ ଘଣ୍ଟାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଆଦି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବ  । ଏଥିପାଇଁ ଏସବୁ ଜିଲ୍ଲା ପାଇଁ ହଳଦିଆ ସତର୍କତା ଜାରି କରାଯାଇଛି ।

ପାଣିପାଗ ବିଭାଗ କହିଛି ଯେ ଆସନ୍ତା ୨୯ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ, ଯାହାକି ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ ୩୦ ତାରିଖ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ।

ସେୟାର କରନ୍ତୁ

Next Post

ସେବା ପକ୍ଷ ଅବସରରେ ବାରବାଟି କଟକ ନିର୍ବାଚନ ମଣ୍ଡଳୀ ବିଜେପିର ରକ୍ତଦାନ ଶିବିର....

Sat Sep 23 , 2023
ସଂଜୟ ଶତପଥୀ(କଟକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ସେବା ପକ୍ଷ ପାଳନ ଅବସରରେ ଆଜି ବାରବାଟି କଟକ ନିର୍ବାଚନ ମଣ୍ଡଳୀରେ ରକ୍ତ ଦାନ ଶିବିର ମେରିଆ ବଜାର ରେ ଅନୁଷ୍ଠିତ ହୋଇଥିଲା । କଟକ ନଗର ବିଜେପି ତରଫରୁ ହୋଇଥିବା ଏହି କାର୍ଯ୍ୟକ୍ରମରେ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ, ଯୁବମୋର୍ଚା ସଭାପତି ସତ୍ୟବ୍ରତ ମିଶ୍ର, ଶିବ ନାରାୟଣ ନାୟକ, ହରିଚନ୍ଦନ ନାୟକ, ବିଶ୍ୱଜିତ ପ୍ରଧାନ, ସୁମନ […]

You May Like

Pin It on Pinterest