ଜନ୍ ଫୋସେଙ୍କୁ ସାହିତ୍ୟରେ ନୋବେଲ୍‌

 ୨୦୨୩ ମସିହା ପାଇଁ ସାହିତ୍ୟକ୍ଷେତ୍ରରେ ନୋବେଲ ପୁରସ୍କାର ନରଓ୍ବେର ଲେଖକ ଓ ନାଟ୍ୟକାର ଜନ୍ ଫୋସେଙ୍କୁ ପ୍ରଦାନ କରାଯିବ ବୋଲି ଷ୍ଟକହୋମଠାରେ ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି । ତାଙ୍କ ନାଟକ ଓ ଗଦ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

ଏ ସମ୍ପର୍କରେ ଏକ୍ସରେ ସୂଚନା ଦେଇ ନୋବେଲ କମିଟି ପକ୍ଷରୁ କୁହାଯାଇଛି ଯେ ଫୋସେଙ୍କ ଲେଖା ସମାଜର ଦୁର୍ବ​ଳ ଓ ଅବହେଳିତ ବର୍ଗଙ୍କ ପାଇଁ ସ୍ବର ଉତ୍ତୋଳନ କରିଛି ।

୧୯୫୯ ମସିହାରେ ନରଓ୍ବେରେ ଜନ୍ମିତ ଜନଙ୍କୁ ଯେତେବେଳେ ୭ ବର୍ଷ ବୟସ ସେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ । ତେବେ ସେ ଗୁରୁତର ଆହତ ହୋଇଥିଲେ । ଏହି ଦୁର୍ଘଟଣା ତାଙ୍କ ଲେଖାକୁ ସାରା ଜୀବନ ପ୍ରଭାବିତ କରିଥିବା କୁହାଯାଏ ।

ଲଣ୍ଡନର ଖବରକାଗଜ ‘ଦି ଡେଲି ଟେଲିଗ୍ରାଫ୍’ର ଏକ ରିପୋର୍ଟ ଅନୁସାରେ ବିଶ୍ବର ୧୦୦ ଜଣ ଜୀବନ୍ତ କିମ୍ବଦନ୍ତି ମଧ୍ୟରୁ ସେ ଅନ୍ୟତମ ।

ସେୟାର କରନ୍ତୁ

Next Post

ନର୍ଗିସ ମହମ୍ମଦୀଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର

Fri Oct 6 , 2023
ବାସ୍ତବ ବ୍ୟୁରୋ: ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ବି‌ରୋଧ ତଥା ସମସ୍ତଙ୍କ ପାଇଁ ମାନବିକ ଅଧିକାର ଓ ସ୍ୱାଧୀନତାର ପ୍ରଚାର ପାଇଁ କାମ କରିଥିବାରୁ ନର୍ଗିସ ମହମ୍ମଦୀଙ୍କୁ ୨୦୨୩ମସିହାରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ନରୱେ ନୋବେଲ କମିଟି ନିଷ୍ପତ୍ତି ନେଇଛି। ନୋବେଲ ପୁରସ୍କାର କମିଟି ଅନୁଯାୟୀ, ନର୍ଗିସ ମହମ୍ମଦୀ ବ୍ୟକ୍ତିଗତ ସ୍ତରରେ ବହୁ ଭାବରେ ସଂଗ୍ରାମ କରିଛନ୍ତି। ଅନ୍ୟ ମହିଳାଙ୍କୁ ସାହାଯ୍ୟ କରିବାକୁ ଯାଇ ସେ […]

You May Like

Pin It on Pinterest