ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

ବାସ୍ତବ ବ୍ୟୁରୋ: ମାଲକାନଗିରିରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିନରେ ଗଡିବ ୩୬ଟି ବସ୍ । ସବୁଜ ପତାକା ଦେଖାଇ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆଜି ଆରମ୍ଭ ହୋଇଛି । ଏହି ବସ୍ ସେବା ଜରିଆରେ ପଂଚାୟତରୁ ବ୍ଲକ, ସଦରମହକୁମା ଓ ରାଜଧାନୀକୁ ଯିବା ସହଜ ହେବ ।

ଆଗକୁ ଅନ୍ୟ ଜିଲ୍ଲାରେ ମଧ୍ୟ ଖୁବ ଶୀଘ୍ର ଲକ୍ଷ୍ମୀ ବସ୍ ସେବା ମିଳିବ । ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ୍ ସେବା ସାମିଲ ହେବ । ମାଲକାନଗିରି ପରେ କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ମିଳିବ । ଶୀତତାପ ନିୟନ୍ତ୍ରିତ ବସରେ ସୁବିଧାରେ ଯାତ୍ରା କରିବେ ଲୋକେ । ଏହି ବସରେ ବରିଷ୍ଠ ନାଗରିକ ଓ ମହିଳାଙ୍କୁ ମିଳିପାରେ ରିହାତି ସୁବିଧା । ଆପ୍ ମାଧ୍ୟମରେ ବସର ଲୋକେସନ ଜାଣିହେବ ।

ସେୟାର କରନ୍ତୁ

Next Post

ବିଶ୍ବ ଦୃଷ୍ଟି ଦିବସ ପାଳିଲେ ବିଦ୍ୟାଳୟ ଛାତ୍ରଛାତ୍ରୀ....

Sat Oct 14 , 2023
ସଂଜୟ ଶତପଥୀ(କଟକ): ବିଶ୍ଵ ଦୃଷ୍ଟି ଦିବସରେ,ମନୁଷ୍ୟ ଶରୀର ର ବିଶେଷ ଦରକାରୀ ଚକ୍ଷୁ ର ସଚେତନତା ବାର୍ତ୍ତା ବାଣ୍ଟିବା ଉଦ୍ଦେଶ୍ୟରେ କଟକ ର ଖାନନଗର ହାଇସ୍କୁଲ ର ଛାତ୍ରଛାତ୍ରୀ ଓ କଟକ ର ଶାନ୍ତି ଓ୍ବାକର୍ସ କ୍ଲବ୍ ର ମିଳିତ ଆନୁକୂଲ୍ୟରେ ଏକ ସଚେତନତା ରାଲି ଓ ସଚେତନତା ସଭା କାର୍ଯ୍ୟକ୍ରମ ର ଆୟୋଜନ, କଟକ ମଧୁପାଟଣାସ୍ଥିତ ସୁନାମଧନ୍ୟ ଚକ୍ଷୁ ଚିକିତ୍ସାଳୟ ଲିଙ୍କ୍ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ପରିସରରେ […]

You May Like

Pin It on Pinterest