ଉପରମୁହାଁ ପିଆଜ ଦର…

ବାସ୍ତବ ବ୍ୟୁରୋ: ଉପରମୁହାଁ ପିଆଜ ଦର। ମାସକ ଭିତରେ ହେଲାଣି ଡବଲ ।

ପିଆଜ କିଲୋ ପିଛା ମାସେ ତଳେ ୨୫ ଟଙ୍କା ଥିବା ବେଳେ ଏବେ ତାହା ଡବଲ ହୋଇ ୫୦ ଟଙ୍କାରେ ପହଞ୍ଚିଲାଣି । କିଛି ସ୍ଥାନରେ ବ୍ୟବସାୟୀ ପିଆଜ କିଲୋ ପିଛା ୬୦ ଟଙ୍କାରେ ବିକୁଛନ୍ତି ।

ନାସିକରେ ପିଆଜ ମହଙ୍ଗା କାରଣରୁ ଓଡ଼ିଶାରେ ଏହାର ପ୍ରଭାବ ପଡ଼ୁଥିବା ଶୁଣିବାକୁ ମିଳିଛି। ଏବେ ସବୁ ପରିବା ଦର ଉପରମୁହାଁ ଥିବା ବେଳେ ହଠାତ୍‌ ସେଥିରେ ପିଆଜ ବି ସାମିଲ ହୋଇଯିବାରୁ ଗ୍ରାହକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।

ଏନେଇ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ଓଡ଼ିଶା ବଜାରକୁ ଦୈନିକ ୧୫ଶହ ଟନ ଓ ବାର୍ଷିକ ୫ରୁ ସାଢେ ୫ ଲକ୍ଷ ଟନ ପିଆଜ ଦରକାର। ସାରା ଦେଶରେ ବର୍ଷା ଯୋଗୁ ଫସଲ ଅମଳ ବାଧାପ୍ରାପ୍ତ ହୋଇଥିବାରୁ ଏହି ଦର ବୃଦ୍ଧି ହୋଇଛି। ଏଥିନିମନ୍ତେ ପ୍ରତି ବର୍ଷ ଅଗଷ୍ଟରୁ ନଭେମ୍ବରରେ ପିଆଜ ଦର ବୃଦ୍ଧି ହୋଇଥାଏ। ମାତ୍ର ଏଥର ବିଳମ୍ବରେ ରେଟ୍‌ ବଢ଼ିଥିବା ବେଳେ ଆସନ୍ତା ୮, ୧୦ ଦିନ ମଧ୍ୟରେ ତାହା ନିୟନ୍ତ୍ରଣକୁ ଆସିଯିବ ବୋଲି ଅନୁମାନ କରାଯାଉଛି।

ସେୟାର କରନ୍ତୁ

Next Post

ପାରା ଏସୀୟ କ୍ରୀଡ଼ାରେ ପ୍ରମୋଦ ଭଗତ ଜିତିଲେ ଗୋଲଡ୍ ମେଡାଲ...

Fri Oct 27 , 2023
ବାସ୍ତବ ବ୍ୟୁରୋ: ହାଙ୍ଗଝୌ ପାରା ଏସିଆନ୍ ଗେମ୍ସରେ ଗୋଲଡ୍ ମେଡାଲ ଜିତିଲେ ଓଡ଼ିଆ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ। ପୁରୁଷ ଏସଏଲ୍ ଥ୍ରୀ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ପ୍ରମୋଦ ଭଗତ ହାତେଇଲେ ସ୍ୱର୍ଣ୍ଣ ପଦକ । ନିଜ ଦେଶର ନିତେଶ କୁମାରଙ୍କୁ ହରାଇ ପ୍ରମୋଦ ଭଗତ ଏହି ପଦକକୁ ନିଜ ନାଁରେ କରି ଦେଇଛନ୍ତି। ଫାଇନାଲରେ ସେ ନିତେଶଙ୍କୁ ୨୨-୨୦, ୧୮-୨୧, ୨୧-୧୯ରେ ହରାଇଛନ୍ତି । । ପ୍ରଥମ ଥର ପାଇଁ […]

You May Like

Pin It on Pinterest