
ବାସ୍ତବ ବ୍ୟୁରୋ: ହାଙ୍ଗଝୌ ପାରା ଏସିଆନ୍ ଗେମ୍ସରେ ଗୋଲଡ୍ ମେଡାଲ ଜିତିଲେ ଓଡ଼ିଆ ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ। ପୁରୁଷ ଏସଏଲ୍ ଥ୍ରୀ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ପ୍ରମୋଦ ଭଗତ ହାତେଇଲେ ସ୍ୱର୍ଣ୍ଣ ପଦକ । ନିଜ ଦେଶର ନିତେଶ କୁମାରଙ୍କୁ ହରାଇ ପ୍ରମୋଦ ଭଗତ ଏହି ପଦକକୁ ନିଜ ନାଁରେ କରି ଦେଇଛନ୍ତି।
ଫାଇନାଲରେ ସେ ନିତେଶଙ୍କୁ ୨୨-୨୦, ୧୮-୨୧, ୨୧-୧୯ରେ ହରାଇଛନ୍ତି । । ପ୍ରଥମ ଥର ପାଇଁ ଏସିଆନ ଗେମ୍ ଗେମ୍ସରେ ୩ ଟି ପଦକ ହାସଲ କରିଛନ୍ତି ପ୍ରମୋଦ । ୨୦୧୮ ପାରା ଏସୀୟ କ୍ରୀଡ଼ାରେ ବି ସ୍ୱର୍ଣ୍ଣ ଜିତିଥିଲେ ପ୍ରମୋଦ।
ପାରା ଏସିଆନ୍ ଗେମ୍ସରେ ପ୍ରମୋଦଙ୍କ ଏହା ଲଗାତର ଦ୍ୱିତୀୟ ସ୍ୱର୍ଣ୍ଣପଦକ । ପୂର୍ବରୁ ଜାକର୍ତ୍ତା ପାରା ଏସୀୟ କ୍ରୀଡାରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ପ୍ରମୋଦ । ଚଳିତ ଏସିଆନ୍ ଗେମ୍ସରେ ସେ ମିକ୍ସଡ଼ ଡବଲ୍ସରେ ବ୍ରୋଞ୍ଜ ଜିତି ସାରିଛନ୍ତି । ପୂର୍ବରୁ ଟୋକିଓ ପାରା ଅଲିମ୍ପିକ୍ସରେ ମଧ୍ୟ ଗୋଲଡ୍ ମେଡାଲ ପାଇଥିଲେ ବରଗଡର ଏହି ଖେଳାଳି ।