ପତଂଜଳୀକୁ ସୁପ୍ରିମକୋର୍ଟଙ୍କ ଝଟକା

ବାସ୍ତବ ବ୍ୟୁରୋ: ପତଞ୍ଜଳୀ ନିଜର ସାମଗ୍ରୀ ବିକ୍ରି କରିବା ପାଇଁ ଏଲୋପାଥି ମେଡିସିନ ବିରୋଧରେ ବିଜ୍ଞାପନ ଦେଉଛି। ଲୋକଙ୍କୁ ବିଭ୍ରାନ୍ତ କରୁଛି। ଏଥିପାଇଁ ଆଜି ସୁପ୍ରିମକୋର୍ଟ କମ୍ପାନୀକୁ ୧ କୋଟି ଟଙ୍କା ଫାଇନର ଧମକ ଦେଇଛନ୍ତି।

ଜଷ୍ଟିସ ଏହସାନୁଦ୍ଦିନ ଅମନୁଲ୍ଲା ଓ ଜଷ୍ଟିସ ପ୍ରକାଶ କୁମାର ମିଶ୍ରାଙ୍କ ଖଣ୍ଡପୀଠ ପତଞ୍ଜଳୀକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି କମ୍ପାନୀ ନିଜର ଦ୍ରବ୍ୟର ବିକ୍ରି ପାଇଁ ମିଥ୍ୟା ବିଜ୍ଞାପନ ଦେବ କିମ୍ବା କୌଣସି ନିର୍ଦ୍ଦିଷ୍ଟ ରୋଗକୁ ବିନା ପରୀକ୍ଷାରେ ସଂପୂର୍ଣ୍ଣ ଭଲ କରିଦେବ ବୋଲି ଦାବି କରିବ, ତା’ହେଲେ କମ୍ପାନୀ ଉପରେ ୧ କୋଟି ଟଙ୍କାର ଫାଇନ୍‌ ଲାଗିବ।

ଆଗାମୀ ଦିନରେ ପତଞ୍ଜଳୀ ବିଭ୍ରାନ୍ତ କରିବା ଭଳି ବିଜ୍ଞାପନ ଠାରୁ ଦୂରରେ ରହିବ। ଗଣମାଧ୍ୟମ ଆଗରେ କମ୍ପାନୀ ଯେମତି କୌଣସି ପ୍ରକାରର ଅବସ୍ତାବ ବୟାନ ଦେଇ ପାରିବ ନାହିଁ ବୋଲି ମଧ୍ୟ କୋର୍ଟ କହିଛନ୍ତି।

ଭାରତୀୟ ମେଡିକାଲ ଆସୋସିଏସନ(ଆଇଏମଏ) ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏପରି କହିଛନ୍ତି। ପତଞ୍ଜଳୀ ପକ୍ଷରୁ ଏଲୋପାଥି ବିରୋଧରେ ବିଭ୍ରାନ୍ତକର ବିଜ୍ଞାପନ ଦିଆଯାଉଛି।

ସେହିପରି କମ୍ପାନୀ ବିନା କୌଣସି ଯାଞ୍ଚରେ ନିର୍ଦ୍ଦିଷ୍ଟ ରୋଗକୁ ଭଲ କରିଦେବ ବୋଲି ମଧ୍ୟ ଦାବି କରୁଛି। ପତଞ୍ଜଳୀ ଦାବି କରୁଥିବା ତଥ୍ୟାରେ ସତ୍ୟତା ନାହିଁ। କମ୍ପାନୀର ଦାବି ବିଭିନ୍ନ ଆଇନର ଉଲ୍ଲଙ୍ଘନ କରୁଛି ବୋଲି ଆଇଏମଏ ଆବେଦନରେ କହିଛି।

ସେୟାର କରନ୍ତୁ

Next Post

କଟକରେ ରାଜ୍ୟ କୃଷକ ମୋର୍ଚ୍ଚା ର ସାମ୍ବାଦିକ ସମ୍ମିଳନୀ ବ୍ୟାପକ ହେବ ଆନ୍ଦୋଳନ....

Thu Nov 23 , 2023
ସଂଜୟ ଶତପଥୀ(କଟକ)୨୩.୧୧.୨୦୨୩: ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ତରଫରୁ କଟକ ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା l ଏଥିରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ ଉପସ୍ଥିତ ଥିଲେ l ରାଜ୍ୟର କୃଷି ଏବଂ କୃଷକ ସମସ୍ୟା ନେଇ ସେ ଉଦବେଗ ପ୍ରକାଶ କରିଥିଲେ l ପ୍ରଥମତଃ ରାଜ୍ୟ ସରକାର ଗତ ସେପ୍ଟେମ୍ବର୍ ୧ ତାରିଖରୁ ସମସ୍ତ ମଣ୍ଡି ଖୋଲିବା ନେଇ ଘୋଷଣା କରିଥିବା […]

You May Like

Pin It on Pinterest