
ସଂଜୟ ଶତପଥୀ(କଟକ):କଟକର ଐତିହାସିକ ବାଲିଯାତ୍ରା ଲାଗି ଏକ ପ୍ରସ୍ତୁତି ବୈଠକ କଟକ ମହାନଗର ନିଗମ ର ମାନନୀୟ ମେୟର ଶ୍ରୀ ସୁବାସ ସିଂ ଙ୍କ ଅଧ୍ୟକ୍ଷତାରେ କଟକ ମହାନଗର ନିଗମ ସଭାଗୃହ ରେ ଡେପୁଟି ମେୟର ଙ୍କ ସହ ବିଭିନ୍ନ ରାଜନୈତିକ ନେତା, ସମାଜସେବୀ, ସମସ୍ତ କର୍ପୋରେଟର ଓ ନିଗମର ବରିଷ୍ଠ ପଦାଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମାନନୀୟ ମେୟର ଶ୍ରୀ ସୁବାସ ସିଂ ଆଗାମୀ ବାଲିଯାତ୍ରା ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ଏହି ଐତିହାସିକ କାର୍ଯ୍ୟକ୍ରମର ସଫଳତା ଦିଗରେ ସମସ୍ତଙ୍କର ସାହାଯ୍ୟ ଓ ସହାନୁଭୂତି ଲୋଡ଼ିବା ସହ ଏହି କାର୍ଯ୍ୟକ୍ରମ ଜରିଆରେ କଟକ କୁ ୧ ନମ୍ବର କରିବାକୁ ନିବେଦନ କରିଥିଲେ।
ଏହି ପ୍ରସ୍ତୁତି ବୈଠକ ରେ କଟକ ର ମାନନୀୟ ଜିଲ୍ଲାପାଳ ଶ୍ରୀ ନରହରି ସେଠୀ, କଟକ ଡିସିପି ଶ୍ରୀ ପିନାକୀ ମିଶ୍ର,ଅତିରିକ୍ତ ଜିଲ୍ଲାପାଳ, ଉପ-ଆୟୁକ୍ତ ଆରକ୍ଷୀ, ଥାନାଧିକାରୀ ମାନେ ଉପସ୍ଥିତ ଥିଲେ।



