
ସ୍ଵତନ୍ତ୍ର ପ୍ରତିନିଧି(କେନ୍ଦ୍ରାପଡ଼ା):-କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ବସପୁର ଗ୍ରlମ ର କଳ୍ପନା ବାରିକଙ୍କର କିଛି ଦିନ ତଳେ, ଚାନ୍ଦୋଳ ସ୍ଥିତ ମକରାନନା କ୍ଲିନିକରେ ଏକ ଟିଉମର ଅପରେସନ ହେବାପରେ ସମ୍ପୂର୍ଣ ଖର୍ଚ୍ଚ ପଚିଶି ହଜାର ଦୁଇ ସହ ଟଙ୍କା ହୋଇଥିଲା ।ଯାହାକି ରାଜ୍ୟ ସରକାର ଙ୍କ ବିଜୁ ସ୍ଵାସ୍ତ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ bsky କାର୍ଡ ରୁ ଖର୍ଚ୍ଚ ହୋଇଥିଲl।ଅପରେସନ ବାବଦକୁ ଏକୋଇଶି ହଜାର ଟଙ୍କା ଓ ରକ୍ତ ଭଣ୍ଡାର ରୁ ଆସିଥିବା ରକ୍ତ ରୋଗୀ ଶରୀର ରେ ସଂଯୋଗୀ କୃତ ପଦ୍ଧତି ବାବଦ କୁ ଚାରି ହଜାର ଦୁଇ ସହ ଟଙ୍କା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ରୁ ଖର୍ଚ୍ଚ ହୋଇଥିଲା ।
ସରକାର ଙ୍କ ଦ୍ଵାରା ପ୍ରସ୍ତୁତ ନିୟମା ବଳି, ତଥା ଗଭରମେଣ୍ଟ ଅଫ ଓଡିଶା ହେଲଥ ଆଣ୍ଡ ଫ୍ୟାମିଲି ୱେଲଫେୟାର ଡିପାର୍ଟମେଣ୍ଟ ଦ୍ୱାରା ଜାରି ଗାଇଡ଼ ଲାଇନ ଅନୁଯାୟୀ ପ୍ରସ୍ତୁତ ଶୁଚି ଅନୁଯାୟୀ ରକ୍ତ ଭଣ୍ଡାରରୁ ଆସିଥିବା ଦୁଇଟି ରକ୍ତ ପ୍ୟାକେଜ କୁ ଚାରିହଜାର ଦୁଇଶହ ଟଙ୍କା bsky କାର୍ଡ ରୁ କଟିଛି,କିନ୍ତୁ ଏହି ହେଲଥ ଡିପାର୍ଟମେଣ୍ଟ ର ନିୟମାବଳୀ ବିଷୟରେ ଅବଗତ ନଥାଇ କଳ୍ପନା ଙ୍କ ପରିବାର ମକରା ନନା କ୍ଲିନିକ ନାମରେ bsky କାର୍ଡ ରୁ ଚଞ୍ଚକତା ହୋଇଥିବା ଅଭିଯୋଗ ଆଣିଥିଲେ ।ଚାରି ହଜାର ଦୁଇ ଶହ ଟଙ୍କା ବ୍ଲଡ଼ ବାବଦ କୁ କାଟି ନେଇଥିବା କହିଥିଲେ କଳ୍ପନା ଓ ତାଙ୍କ ସ୍ୱାମୀ ।କିନ୍ତୁ ଉକ୍ତ ଘରୋଇ ନର୍ସିଂହୋମ କତୃପକ୍ଷ ଅଭିଯୋଗ କୁ ଖଣ୍ଡନ କରିବା ସହ ଗାଇଡ଼ ଲାଇନ ପ୍ରମାଣ ସ୍ୱରୂପ ପ୍ରଦାନ କରି ନିଜ ପ୍ରତିକ୍ରିୟା ରଖିଥିଲେ ।
ରୋଗୀ ଓ ତାଙ୍କ ସମ୍ପର୍କୀୟ ସଠିକ ନିୟମ ନଜାଣି ଭୁଲ ବୁଝାମଣା ବଶତଃ ଏଭଳି ଅଭିଯୋଗ ଆଣିଥିବା କହିଛନ୍ତି ।ଗତମାସ ସତେଇଶି ତାରିଖ ରେ କଳ୍ପନା ଙ୍କ ଇଉଟ୍ରେସ ରୁ ଟିଉମର ଅପରେସନ ହୋଇଥିଲା ଆଉ ଅପରେସନ ସଫଳ ମଧ୍ଯ ହୋଇଥିଲା ।ହେଲେ ଅପରେସନ ପରେ ଭୁଲ ବୁଝାମଣା ଯୋଗୁ ଏଭଳି ହୋଇଥିଲା ଓ କଳ୍ପନା ଙ୍କ ସ୍ୱାମୀ ଟୁନ ଚନ୍ଦ୍ର ବାରିକ ମକରାନନା କ୍ଲିନିକ ନାମରେ bsky କାର୍ଡ ରୁ ଫର୍ଯୋରୀ କରି ଟଙ୍କା ନେଇଥିବା ଅଭିଯୋଗ ଆଣିଥିଲେ ।