ଫେବୃଆରୀ ୫ରୁ ଆରମ୍ଭ ହେବ ବିଧାନସଭା

ବାସ୍ତବ ବ୍ୟୁରୋ: ଫେବୃଆରୀ ୫ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଏହା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲେଖାନୁଦାନ( କାମଚଳା ବଜେଟ) ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି ।

ଆଜି ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଧିବଦ୍ଧ ବିଜ୍ଞପ୍ତି ଅନୁସାରେ ଷୋଡଶ ବିଧାନସଭାର ପଞ୍ଚଦଶ ଅଧିବେଶନ ଫେବୃଆରୀ ୫ ତାରିଖରୁ ବସିବ । ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣର କାର୍ଯ୍ୟକ୍ରମ ରହିଛି। ୬ ଓ ୭ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ ।

ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟକୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ଉପସ୍ଥାପନ କରିବେ। ଏହା ମୋସନ ଆକାରରେ ଗୃହରେ ଆଗତ ହୋଇ ଆଲୋଚନା ହେବ । ତା’ ପର ଦିନ ଏହି ବ୍ୟୟ ମଞ୍ଜୁରୀ ବିଲ୍‌ ( କାମଚଳା ବଜେଟ) ପାରିତ ହେବ ।

୧୦ ଓ ୧୧ ତାରିଖ ଶନିବାର ଓ ରବିବାର ପାଇଁ ଛୁଟି ରହିବ । ୧୨ ତାରିଖରେ ଗୃହରେ ସରକାରୀ କାର୍ଯ୍ୟ ଦିବସ ଓ ୧୩ ତାରିଖରେ ଘରୋଇ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ ଦିବସ ରହିଛି।

ସାଧାରଣ ନିର୍ବାଚନ ପୂର୍ବରୁ ଏହା ବିଧାନସଭାର ଶେଷ ଅଧିବେଶନ ଓ ଶେଷ ବଜେଟ।

ସେୟାର କରନ୍ତୁ

Next Post

ଶିକ୍ଷକ ନିଯୁକ୍ତି ଘୋଟାଲାର ଚେର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଲମ୍ବିଛି : ଅନିଲ ବିଶ୍ୱାଳ....

Fri Jan 19 , 2024
 କଟ୍‌ଅ୍‌ଫ ମାର୍କ କେତେ ରଖାଯାଇ ମେରିଟ୍ ଲିଷ୍ଟ୍ ପ୍ରସ୍ତୁତ କରାଯାଇଛି ତାହାର ସ୍ପଷ୍ଟତା ଓସେପା ପାଖରେ ନାହିଁ, ଯାହା ବଡ ଆଶ୍ଚର୍ଯ୍ୟଜନକ ପରୀକ୍ଷାର୍ଥୀମାନେ କେତେ ମାର୍କ ରଖିଛନ୍ତି ତାହା ଜଣାଇବା ଓସେପାର ଦାୟିତ୍ୱ ହୋଇଥିବାବେଳେ କାହିଁକି ରାଜ୍ୟ ସରକାର ତାହା କରିନାହାନ୍ତି? ମେରିଟ୍ ଲିଷ୍ଟ୍‌ରେ ଅନେକ ଏଭଳି ରୋଲ ନମ୍ବର ପ୍ରକାଶ ହୋଇଛି ଯେଉଁମାନେ କେବେ ପରୀକ୍ଷା ଦେଇନାହାନ୍ତି ଆଦିତ୍ଯ ବେହେରା(ଭୁବନେଶ୍ୱର) ତା.୧୯/୦୧: ଏବେ ପ୍ରକାଶିତ ହୋଇଥିବା କନିଷ୍ଠ […]

You May Like

Pin It on Pinterest