ରେଳ ବଜେଟରେ ଓଡ଼ିଶାକୁ ୧୦୫୩୬ କୋଟି ଟଙ୍କା ଆବଣ୍ଟନ

ବାସ୍ତବ ବ୍ୟୁରୋ: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦୫୩୬କୋଟି ଟଙ୍କାର ରେଳବାଇ ଆବଣ୍ଟନ ହୋଇଛି। ଆଜି କେନ୍ଦ୍ର ସରକାରଙ୍କ ଅନ୍ତରୀଣ ବଜେଟ ଉପସ୍ଥାପିତ ହେବାପରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ,ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୦୫୩୬କୋଟି ଟଙ୍କା ବରାଦ ହୋଇଛି । ବିଗତ ୩ବର୍ଷ ଧରି ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ହାରାହାରି ୧୦ହଜାର କୋଟି ଟଙ୍କାର ପାଣ୍ଠି ଆବଣ୍ଟିତ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୨୦୨୪-୨୫ ବର୍ଷରେ ଅଧକ ୫୨୪କୋଟି ଟଙ୍କା ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଆବଂଟିତ ହୋଇଛି । ଯାହାକି ପୂର୍ବତଟ ରେଳବାଇର ସଂଗ୍ରହ କରିଥିବା ମାଲଭଡ଼ାର ପ୍ରାୟ ୫୦% ବୋଲି ସେ କହିଛନ୍ତି ।

୨୦୨୩-୨୪ରେ ଓଡ଼ିଶାକୁ ରେଳ ବଜେଟରେ ୧୦୦୧୨କୋଟି ଟଙ୍କା, ୨୦୨୨-୨୩ରେ ୯୭୩୪କୋଟି ଟଙ୍କା ଆବଣ୍ଟିତ ହୋଇଥିଲା । ସେହିପରି ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାର ୫୮ଟି ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ସ୍କିମରେ ସାମିଲ କରାଯିବାକୁ ବଜେଟରେ ବ୍ୟୟବରାଦ ହୋଇଛି । ସେହିପରି ‘ୱାନ ଷ୍ଟେସନ ୱାନ ପ୍ରଡକ୍ଟ’ ସ୍କିମରେ ଓଡ଼ିଶାର ୩୪ଟି ଷ୍ଟେସନରେ ୪୨ଟି ଷ୍ଟଲ ସ୍ଥାପନ କରାଯିବାର ବ୍ୟବସ୍ଥା ହୋଇଛି ।
୨୦୨୩-୨୪ରେ ଓଡ଼ିଶାରେ ୪୭୩କିମି ନୂଆ ରେଳଲାଇନ୍ ବିଛା ଯାଇଥିବାବେଳେ ୨୦୧୪-୨୪ ମସିହା ମଧ୍ୟରେ ପ୍ରତିବର୍ଷ ହାରାହାରି ୨୦୬କିମି ନୂଆ ରେଳଲାଇନ୍ ନିର୍ମାଣ ହୋଇଥିଲା । ତେବେ ୨୦୦୯-୧୪ ମସିହା ମଧ୍ୟରେ ପ୍ରତିବର୍ଷ ମାତ୍ର ୫୩କିମି ରେଳମାର୍ଗ ଓଡ଼ିଶାରେ ନିର୍ମାଣ ସମ୍ଭବପର ହେଉଥିଲା । ସେହିପରି ୨୦୨୩-୨୪ରେ ୪୪କିମି ୧୦୦ ପ୍ରତିଶତ ବିଦ୍ୟୁତକରଣ ହୋଇଛି । ୨୦୦୯-୧୪ ମସିହା ମଧ୍ୟରେ ପ୍ରତିବର୍ଷ ହାରାହାରି ୨୯କିମି ବିଦ୍ୟୁତକରଣ ହେଉଥିଲା ବୋଲି ରେଳ ମନ୍ତ୍ରଣାଳୟରୁ ସୂଚନା ମିଳିଛି ।

ସେୟାର କରନ୍ତୁ

Next Post

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

Fri Feb 2 , 2024
ବାସ୍ତବ ବ୍ୟୁରୋ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି । ରେମେଡ ପଡିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ଜନ ସାଧାରଣଙ୍କୁ ଉଦବୋଧନ ଦେବେ ମୋଦି। ସମ୍ବଲପୁର IIMର ଲୋକାର୍ପଣ ସହ ଅନ୍ୟ କେତେକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଲୋକସେବା […]

You May Like

Pin It on Pinterest