୬.୫ରେ ରେପୋ ରେଟ୍ ଅପରିବର୍ତ୍ତିତ 

ଲଗାତାର ଷଷ୍ଠ ଥର ପାଇଁ ରେପୋ ରେଟରେ କୌଣସି ପରିବର୍ତ୍ତନ ଆଣିଲାନି ଆରବିଆଇ। ୬.୫ ପ୍ରତିଶତରେ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ। 

ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରା ନୀତି(ଆରବିଆଇ କ୍ରେଡିଟ୍ ପଲିସି) ଘୋଷଣା କରିଛି। ରେପୋ ରେଟ୍ ଏବଂ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ସେଣ୍ଟ୍ରାଲ୍ ବ୍ୟାଙ୍କ୍ ମନିଟାରୀ ପଲିସି କମିଟି (ଏମପିସି)ର ଛଅ ଜଣିଆ ସଦସ୍ୟ ଷଷ୍ଠ ଥର ପାଇଁ ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିବା ଆରବିଆଇ ଗଭର୍ଣ୍ଣର କହିଛନ୍ତି।  

ଗତ ବର୍ଷ ଫେବୃଆରୀରେ ଶେଷ ଥର ପାଇଁ ରେପୋ ରେଟ୍ ପରିବର୍ତ୍ତନ କରିଥିଲା ଆରବିଆଇ। ଏହା ପରଠାରୁ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ରେପୋ ହାରରେ କୌଣସି ପରିବର୍ତ୍ତନ ନହେବା କାରଣରୁ ଘର ଏବଂ କାର ଲୋନ୍ ସମେତ ସମସ୍ତ ପ୍ରକାରର ଲୋନର EMI ହ୍ରାସ ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ନିରାଶ ହେବାକୁ ପଡିଛି।

ସେୟାର କରନ୍ତୁ

Next Post

କୁଟିଆ କନ୍ଧ ଉନ୍ନୟନ ସଂସ୍ଥାରେ,କୁଟିଆ କନ୍ଧ'ଙ୍କ ଅର୍ଥ ଆତ୍ମସାତ କରିଛି କି ?....

Fri Feb 9 , 2024
ନର୍ଲା-୦୯/୦୨/୨୪(ସନ୍ତୋଷ ପାତ୍ର):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଠାରେ ଆଦିବାସୀ ତଥା କୁଟିଆ କନ୍ଧ ମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ରହିଛି କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର କାର୍ଯ୍ୟାଳୟ। ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ତାହାକୁ ଦୃଷ୍ଟିରେ ରଖି ଆଦିବାସୀଙ୍କ ଉନ୍ନତି ମୂଳକ କାର୍ଯ୍ୟ କରୁଛି ବୋଲି ଡିଣ୍ଡିମ ପିଟୁଥିବା ଜିଲ୍ଲା ଅଧିକାରୀ ମାନେ ବାହାବାହା ନେଉଥିବା ବେଳେ ଠିକ୍ ଓଲଟା […]

You May Like

Pin It on Pinterest