ସାନଭାଈର ହତ୍ୟା ପାଇଁ ଲକ୍ଷେ ୭୦ ହଜାରର ସୁପାରି…

ବାସ୍ତବବ୍ୟୁରୋ(ବାଲେଶ୍ବର)୧୦/୨/୦୨୪: ଭାଇ ଭୁଲିଗଲା ରକ୍ତ ସମ୍ପର୍କ,ସାନ ଭାଇକୁ ହତ୍ୟା ପାଇଁ ଲକ୍ଷେ ସତୁରୀ ହଜାର ଦେଲା ସୁପାରି। ଭାଇକୁ ଅପରାଧି ହତ୍ୟା କଲେ। ପୋଲିସ କବଳରୁ ଖସି ଯିବାପାଇଁ ନିଜେ କମ୍ପ୍ଲେନର ସାଜିଥିଲେ ବଡଭାଇ। ହେଲେ ଖସି ପାରିଲେନି ପୋଲିସର ଚକ୍ରବ୍ୟୁହରୁ ।ପୁଲିସ ବଡଭାଇ ସମେତ ୬ ଜଣକୁ ଗିରଫ କରିଛି। ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡର ପର୍ଦାଫାଶ କରିଛି ପୁଲିସ।

ବାଲେଶ୍ବରର ନିଳଗିରି ଥାନାରେ,ଗତ ୬ତାରିଖରେ କାଁଶ ଗ୍ରାମର ବିଜୟ ରାଉତ ନିଜ ସାନ ଭାଇ ଭବାନୀ ରାଉତ ନିଖୋଜ ଥିବା ଓ ବ୍ଲୁଲେକ ନିକଟରେ ହତ୍ୟା କରାଯାଇଥିବା ସଂଦେହ କରି ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହତ୍ୟାକାଣ୍ଡର ତିନି ଦିନ ପରେ ବ୍ଲୁଲେକରୁ ଦୁଇଟି ମୃତଦେହ ଉଦ୍ଧାର କରିଥିଲା ଅଡ୍ରାଫ ଟିମ। ମୃତକ ଥିଲେ ଭବାନୀ ଓ ତାଙ୍କ ସାଙ୍ଗ ମନୋରଞ୍ଜନ ମହାପାତ୍ର। ଏହି ଘଟଣାର ବଡଭାଈ ଓ ଭାଉଜ ସମେତ ପୁଲିସ ୬ ଜଣକୁ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ୭୦ ହଜାର ଟଙ୍କା, ୮ଟି ମୋବାଇଲ ଫୋନ, ଦୁଇଟି ତେଲେଙ୍ଗା କଟୁରୀ, ତିନୋଟି ମୋଟର ସାଇକେଲ ଜବତ କରିଛି ପୁଲିସ।

ହତ୍ୟାକାରୀ ଯେତେବେଳେ ଭବାନୀକୁ ହତ୍ୟା କରିଥିଲେ ସେତେବେଳେ ତାଙ୍କ ସାଙ୍ଗ ମନୋରଞ୍ଜନ ଦେଖିଦେଇଥିଲେ। ଏନେଇ ମନୋରଞ୍ଜନଙ୍କୁ ମଧ୍ୟ ହତ୍ୟା କରିଯାଇଥିଲା ବୋଲି ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି। ହତ୍ୟାପାଇଁ ଜମିବାଡି ବିବାଦ ଦାୟୀ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ହେଲେ ଏହି ଜଘନ୍ୟ ହତ୍ୟାକାଣ୍ଡ କେବଳ ଜମିବାଡି ବିବାଦ ନା ଅନ୍ୟ କିଛି କାରଣ ରହିଛି ତାହା ଅଧିକ ତଦନ୍ତ ହେଲେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ସେୟାର କରନ୍ତୁ

Next Post

ନର୍ଲା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଫାଇଲେରିଆ ସାମୁହିକ ଔଷଧ ସେବନ ଶୁଭାରମ୍ଭ...

Sun Feb 11 , 2024
ସନ୍ତୋଷ ପାତ୍ର(ନର୍ଲା): ସ୍ବାସ୍ଥ୍ୟ ହଁ ସମ୍ପଦ ଯେଉଁ ମଣିଷ ଯେତେ ସ୍ବାସ୍ଥ୍ୟ ବାନ ସେହି ମଣିଷର ପରମାୟୁ ସେତେ ଅଧିକ ସେଥିପାଇଁ ରାଜ୍ୟ ସରକାର ହେଉ କିମ୍ବା କେନ୍ଦ୍ର ସରକାର,ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ସ୍ବାସ୍ଥ୍ୟ ବୀମା ଯୋଜନା ରେ ସ୍ୱାସ୍ଥ୍ୟବୀମା କାର୍ଡ ପ୍ରଦାନ ସହିତ ଅନେକ ସଚେତନ କାର୍ଯକ୍ରମ ହାତକୁ ନେଇଥାନ୍ତି । କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଅନୁଷ୍ଟିତ ହୋଇ […]

You May Like

Pin It on Pinterest