କର୍ମଚାରୀଙ୍କ ନାୟୋଚିତ ଦାବି ଗୁଡିକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଇ ସମାଧାନ କରିବାକୁ ଦାବି ରଖିଲା କର୍ମଚାରୀ ସମନ୍ଵୟ ସମିତି କଟକ ଜିଲ୍ଲା ଶାଖା …..

୨୦୨୪ବର୍ଷର କ୍ୟାଲେଣ୍ଡର ଉନ୍ମୋଚନ ସଭାରେ ନେତୃତ୍ୱଙ୍କ ଘୋଷଣା।
ସଂଜୟଶତପଥୀ(କଟକ): ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ କର୍ମଚାରୀ ଙ୍କ ନାୟୋଚିତ ଦାବିଗୁଡିକୁ ଅଗ୍ରାଧିକାର ଦେଇ ସମାଧାନ କରିବାକୁ କ୍ୟାଲେଣ୍ଡର ଉନ୍ମୋଚନ ସଭାରେ କର୍ମଚାରୀ ନେତୃତ୍ୱ ମାନେ ବକ୍ତବ୍ୟ ରଖିଥିବା ବିଷୟ ଜିଲ୍ଲା ସଭାପତି ବିଭୁତି ଭୂଷଣ ମିଶ୍ର, କାର୍ଯ୍ୟକାରୀ ସଭାପତି ଭାନୁମତି ମହାନ୍ତି, ସମ୍ପାଦକ ବିମଳ କୁମାର ରାଉତ ଓ କୋଷାଧ୍ଯକ୍ଷ ବିକାଶ ଚନ୍ଦ୍ର ମହାପାତ୍ର ଏକ ପ୍ରେସ ନୋଟ ରେ ପ୍ରକାଶ କରିଛନ୍ତି ।

ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ଵୟ ସମିତି କଟକ ଜିଲ୍ଲା ଶାଖା ପକ୍ଷରୁ ୧୧ଫେବୃଆରୀ କଟକ ମାଛୁଆବଜାର ସ୍ତିତ ସଂଘ ଅଫିସରେ ଅନୁଷ୍ଠିତ ସଭାକୁ ଗୋକୁଳାନନ୍ଦ ବେହେରା, ବିଭୁତି ଭୂଷଣ ମିଶ୍ର ଓ ଭାନୁମତି ମହାନ୍ତି ଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ପରିଚାଳନା କରିଥିଲେ । ରାଜ୍ୟ ସମନ୍ଵୟ ସମିତିର ସମ୍ମାନୀୟ ସଭାପତି ପ୍ରତାପ ଚନ୍ଦ୍ର ଦାସ, ଉପଦେଷ୍ଟା ପ୍ରଫୁଲ୍ଲ କୁମାର ମହାପାତ୍ର, ଶ୍ରୀମତୀ ସାହୁ, ଦ୍ଵାରିକାନାଥ ମହାନ୍ତି, ଝରଣା ଜେନା ଓ ପୂର୍ବତନ ଜିଲ୍ଲା ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ନାୟକ ଓ ବିରେନ ପଣ୍ଡା ୨୦୨୪ମସିହାର ସାଂଗଠନିକ କ୍ୟାଲେଣ୍ଡର କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ । ଉକ୍ତ ସଭାରେ କର୍ମଚାରୀଙ୍କ ପ୍ରମୁଖ ଦାବି-ପୁରୁଣା ସ୍ତିରୀକୃତ ପେନସନ ଲାଗୁ, ୧୮ମାସର ବାକିଆ ମହଙ୍ଗା ଭତ୍ତା ପ୍ରଦାନ, ୨୦୧୩ପୂର୍ବର ସମସ୍ତ ଠିକା କର୍ମଚାରିମକୁ ନିୟମିତ କରି ଚାକିରୀ ବାରିଷ୍ଠତା ପ୍ରଦାନ, ଆଉଟ ସୋରସିଂ କର୍ମଚାରୀଙ୍କୁ ସମାନ କାମକୁ ସମାନ ମଜୁରୀ ଭିତ୍ତିରର ସର୍ବନିମ୍ନ ୧୮୦୦୦/- ଦରମା ପ୍ରଦାନ,କଟକ ବଡ଼ ମେଡ଼ିକାଲ, ଶିଶୁ ଭବନ ଓ ଆଚାର୍ଯ୍ୟ ହରିହର କର୍କଟ ରୋଗ ବିଭାଗରେ ରୋଗୀ ଅନୁପାତରେ କର୍ମଚାରୀ ନିଯୁକ୍ତି, ୨୦୧୬ରୁ ସଂଶୋଧିତ ଘରଭଡା ଭତ୍ତା ପ୍ରଦାନ ଓ ୮ମ ବେତନ କମିଶନ ଗଠନ ଆଦି କର୍ମଚାରୀଙ୍କ ସମସ୍ୟା ଗୁଡିକୁ ଯଥା ଶୀଘ୍ର ସମାଧାନ କରିବାକୁ ସର୍ବଶ୍ରୀ ସନ୍ତୋଷ କୁମାର ତ୍ରିପାଠୀ,ବିମଳ କୁମାର ଦାସ, ଚନ୍ଦ୍ରମଣୀ ବାରିକ, ସରୋଜିନୀ ଜେନା, ଛବି ଦଳେଇ ପ୍ରମୁଖ ନେତୃତ୍ୱ ମାନେ ଦାବି କରିଥିଲେ ।

ଉପରୋକ୍ତ ଦାବି ଉପରେ ଫେବୃୟାରୀ ୧୬ତାରିଖ ହେବାକୁ ଯାଉଥିବା ଐତିହାସିକ ମିଳିତ ସର୍ବଭାରତୀୟ ଶ୍ରମିକ କର୍ମଚାରୀଙ୍କ “ହରତାଳ” ଓ “ଧର୍ମଘଟ “କୁ ସମର୍ଥନ ଜଣାଇ ଏକ ପ୍ରସ୍ତାବ ଗୃହୀତ ହୋଇଥିବା ବିଷୟ ଅଫିସ ସମ୍ପାଦକ ବସନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି ।

ସେୟାର କରନ୍ତୁ

Next Post

କେ.କେ.ଡି.ଏ ଆତ୍ମସାତ କରୁଛି ମନରେଗା ଟଙ୍କା....

Wed Feb 14 , 2024
ନର୍ଲା୧୪/୦୨/୨୪(ସନ୍ତୋଷ ପାତ୍ର):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଠାରେ ଆଦିବାସୀ ତଥା କୁଟିଆ କନ୍ଧ ମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ କେ.କେ.ଡି.ଏ ସଂସ୍ଥା କାର୍ଯ୍ୟାଳୟ ରହିଥିବା ବେଳେ ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ରୁ ତାହାକୁ ଦୃଷ୍ଟିରେ ରଖି ଆଦିବାସୀଙ୍କ ଉନ୍ନତି ମୂଳକ କାର୍ଯ୍ୟ ସୂଚାରୁ ରୂପେ କର୍ଯ୍ୟ ତୁଲାଇଥିବା ବ୍ଳକ୍ ଓ ଜିଲ୍ଲା ପ୍ରଶାସନ ଅଧିକାରୀ ମାନେ ବାହାବାହା ନେଉଥିବା ବେଳେ ଠିକ୍ […]

You May Like

Pin It on Pinterest