ହାତ ଛାଡି ଶଙ୍ଖ ଧରିଲେ ଅଂଶୁମାନ ମହାନ୍ତି…

ବାସ୍ତବ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇ ବିଜେଡିରେ ଯୋଗଦେଇଛନ୍ତି।

ଅଂଶୁମାନଙ୍କ ସହିତ ଶତାଧିକ କର୍ମୀ କଂଗ୍ରେସ ଛାଡ଼ିଛନ୍ତି। ବ୍ଲକ କଂଗ୍ରେସ ସଭାପତି ଓ ବିଭିନ୍ନ ପଂଚାୟତ ସଭାପତି, ବ୍ଲକ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଓ ମହିଳା କଂଗ୍ରେସ ସଭାପତି ଆଜି ଇସ୍ତଫା ଦେଇଛନ୍ତି। ଗତକାଲି ଅଂଶୁମାନ ମହାନ୍ତି ପିିସିସି ସଭାପତିଙ୍କ ପାଖକୁ ଇସ୍ତଫା ପତ୍ର ପଠାଇଥିବା ବେଳେ ଆଜି ବ୍ଲକ କଂଗ୍ରେସ ସଭାପତି ଦେବେନ୍ଦ୍ର କୁମାର ଜେନା ଇସ୍ତଫା ଦେଇଛନ୍ତି।

ବିଜେଡିରେ ଯୋଗଦେଲା ପରେ ଅଂଶୁମାନ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି, “ଆଜି ମୋ ପାଇଁ ଏକ ସୌଭାଗ୍ୟର ଦିନ। ମୁଖ୍ୟମନ୍ତ୍ରୀ ନବୀନ ମହାନ୍ତିଙ୍କ ସ୍ୱଚ୍ଛ ନିର୍ମଳ ଓ ବିକାଶ ଧରାରେ ଅନୁପ୍ରାଣିତ ହୋଇ ସମସ୍ତଙ୍କୁ ନେଇ ମୁଁ ବିଜେଡିରେ ମିଶିଛି।” ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି, “ଅଂଶୁମାନ ବାବୁ ଓ ଧ୍ରୁବ ବାବୁ ମିଶିକି ରାଜନଗରର ବିକାଶ କରନ୍ତୁ। ସମସ୍ତେ ଆମେ ତାଙ୍କୁ ସ୍ୱାଗତ କରୁଛୁ। ଧ୍ରୁବ ସାହୁ କହିଛନ୍ତି ସମସ୍ତଙ୍କୁ ଅଭିନନ୍ଦନ ଓ ସ୍ବାଗତ। ଆପଣଙ୍କ ମିଶିବା ପରେ ରାଜନଗରର ଆହୁରି ବିକାଶ ହୋଇପାରିବ।” 

ସେହିପରି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, “ଅଂଶୁମାନଙ୍କ ପରିବାର ସହ ସମସ୍ତଙ୍କ ପୁରୁଣା ସମ୍ପର୍କ ଥିଲା। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଏହା କହିଥିଲେ। ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ କରିଛନ୍ତି। ରାଜନଗରରେ ଯେଉଁ ବିକାଶ ହୋଇଛି, ତାହା ଧ୍ରୁବ ସାହୁ ଓ ଅଂଶୁମାନ ଆହୁରି ବଢ଼ାଇବେ।”

ସେୟାର କରନ୍ତୁ

Next Post

ଆଓ୍ବାର୍ ସାପ୍ଲିଙ୍ଗସ୍ ପ୍ରେସ୍କଟ୍ ପ୍ରଥମ ବାର୍ଷିକ ଉତ୍ସବ 'ମୁସ୍କାନ୍'....

Fri Feb 16 , 2024
ସଂଜୟ ଶତପଥୀ(କଟକ): ଆଜି Our Slaplings Play Schoolକଟକର ପ୍ରଥମ ବାର୍ଷିକୋତ୍ସବ “ମୁସ୍କାନ୍” ମହାସମାରୋହରେ କଟକ ର ବାରବାଟୀ ଷ୍ଟାଡିୟମ ର ଓଡ଼ିଶା କ୍ରିକେଟ ଆସୋସିଏସନ୍ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ବାରବାଟୀ -କଟକ ର ମାନନୀୟ ବିଧାୟକ ଇଂ ମହମ୍ମଦ ମୋକିମ୍ ମୂଖ୍ୟ ଅତିଥି ଭାବେ ଓ ଓଡ଼ିଶା କ୍ରିକେଟ ଆସୋସିଏସନ୍ ର ପ୍ରାକ୍ତନ ସମ୍ପାଦକ ଶ୍ରୀ ଆର୍ଶୀବାଦ ବେହେରା ସମ୍ମାନିତ […]

You May Like

Pin It on Pinterest