କେନ୍ଦ୍ର ତରଫରୁ ଦେଶରେ କରୋନା ସମ୍ପର୍କିତ ସୂଚନା

 ବାସ୍ତବ ବ୍ୟୁରୋ-ପ୍ରତିଦିନ ଭଳି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ ଦେଶରେ କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଦେଶରେ ରାପିଡ ଆଣ୍ଟିବଡି ଟେଷ୍ଟ କିଟ ବା ଆରଟି-ପିସିଆର ଯଥେଷ୍ଟ ପରିମାଣରେ ରହିଛି । ଦେଶରେ ଗତ ୨୪ ଘଣ୍ଟାରେ ମୋଟ ୧୩୯୬ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ସହିତ ମୋଟ ସଂକ୍ରମଣ ସଂଖ୍ୟା ୨୭୮୯୨ରେ ପହଞ୍ଚିଛି ଓ ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୦,୮୩୫ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୩୮୧ ଜଣ ଆରୋଗ୍ୟ ଲାଭ କରିଛନ୍ତି । ମୋଟ ଆରୋଗ୍ୟ ସଂଖ୍ୟା ୬୧୮୪ରେ ପହଞ୍ଚିଛି ଓ ଆରୋଗ୍ୟ ହାର ୨୨.୧୭% କୁ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି । ଦେଶରେ ୮୫ଟି ଜିଲ୍ଲାରେ ଗତ ୧୪ ଦିନ ହେଲା କୌଣସି ମାମଲା ଦେଖାଯାଇନାହିଁ । ସେହିପରି ୧୬ ଟି ଜିଲ୍ଲା, ଯେଉଁଠାରେ ପୂର୍ବରୁ ସଂକ୍ରମଣ ମାମଲା ଦେଖାଦେଇଥିଲା, ଗତ ୨୮ ଦିନରେ କୌଣସି ମାମଲା ଦେଖାଯାଇନାହିଁ ।ଏହାସହ ଦେଶରେ ରିକଭରି ରେଟ୍ ଦିନକୁ ଦିନ ବଢ଼ୁଛି ।

କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ଶରୀରରୁ ସଂକ୍ରମଣ ବ୍ୟାପିବାର କୌଣସି ଆଶଙ୍କା ନାହିଁ । ବରଂ ପ୍ଲାଜମା ଚିକିତ୍ସା ମାଧ୍ୟମରେ ସେମାନଙ୍କ ଦ୍ୱାରା ଅନ୍ୟମାନେ ଆରୋଗ୍ୟ ହୋଇପାରିବେ । ଏଣୁ ଆରୋଗ୍ୟ ରୋଗୀଙ୍କୁ ନେଇ ଲୋକମାନଙ୍କ ମଧ୍ୟରେ ଥିବା ଭ୍ରାନ୍ତ ଧାରଣା ଦୂର ହେବା ଆବଶ୍ୟକ ।

ସେ ଏହା ମଧ୍ୟ କହିଛନ୍ତି ଯେ ୮୦% ମଣ୍ଡିର ସଞ୍ଚାଳନ ଜାରି ହେବ । ୮୦ହଜାରରୁ ଅଧିକ କୃଷକ କିଷାନ ରଥ ଆପରେ ପଞ୍ଜିକୃତ କରାଯିବ । ୨କୋଟିରୁ ଅଧିକ ଶ୍ରମିକଙ୍କୁ ରୋଜଗାର ମିଳିଛି । ଇଟାଭାଟି ଓ ଲଘୁ ଉଦ୍ୟୋଗର କାମ ଆରମ୍ଭ ହୋଇଛି । ବର୍ତ୍ତମାନ ସ୍ଥିତିରେ ମାସ୍କ ଓ ସାମାଜିକ ଦୂରତା କରୁରୀ ବୋଲି ସେ କହିଛନ୍ତି । ୬୦% ଫୁଡ଼ ପ୍ରୋସେସିଙ୍ଗ ୟୁନିଟ ଆରମ୍ଭ ହୋଇଛି । ବସ୍ତି, ବଜାର ଗୁଡ଼ିକରେ ସାମାଜିକ ଦୂରତା କଟକଣା କଡ଼ାକଡ଼ି ହେଉ ବୋଲି ମଧ୍ୟ ଅଗ୍ରୱାଲ କହିଛନ୍ତି । ଏହାସହ ଦେଶରେ ରିକଭରି ରେଟ୍ ଦିନକୁ ଦିନ ବଢ଼ୁଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟରେ ଗୋଟିଏ ଦିନରେ ୮ କରୋନା ଆକ୍ରାନ୍ତ ଚିହ୍ନଟ : କୋରାପୁଟ୍ ରେ ପ୍ରଥମ କରୋନା ଆକ୍ରାନ୍ତ

Mon Apr 27 , 2020
ବାସ୍ତବ ବ୍ୟୁରୋ-ରାଜ୍ୟରେ ଗୋଟିଏ ଦିନରେ ୮ କରୋନା ଆକ୍ରାନ୍ତ ଚିହ୍ନଟ । ଆଜି ସକାଳେ ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ୫ ଆକ୍ରାନ୍ତ ବାଲେଶ୍ୱରର ହୋଇଥିବା ସୂଚନା ମିଳିଥିଲା । ଏହି ୫ ଜଣଯାକ ବାଲେଶ୍ୱରର କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ଅଂଚଳର । ଏମାନଙ୍କ ମଧ୍ୟରେ ଜଣେ ଯୁବକ ଥବା ବେଳେ ୨ଜଣ ଯୁବତୀ ଓ ୨ ଜଣ ମହିଳା । ଯୁବକଙ୍କ ବୟସ ୨୭ ହୋଇଥିବା […]

You May Like

Pin It on Pinterest