ମୁଖ୍ୟମନ୍ତ୍ରୀଙ୍କ ଘୋଷଣା:ଗଠନ ହେବ ୩୪ଟି ନୂଆ ଏନ୍‌ଏସି, ୫ ଏନ୍‌ଏସି ମ୍ୟୁନିସିପାଲିଟିକୁ ଉନ୍ନୀତ

ବାସ୍ତବ ବ୍ୟୁରୋ : ରାଜ୍ୟରେ ଗଠନ ହେବ ୩୪ଟି ନୂଆ ବିଜ୍ଞପିତ ଅଞ୍ଚଳ ପରିଷଦ ବା ଏନ୍‌ଏସି। ସେହିପରି ୫ଟି ଏନ୍‌ଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ଘୋଷଣା କରିଛନ୍ତି।

୨୦ଟି ଜିଲ୍ଲାରେ ୩୪ଟି ନୂତନ ଏନ୍‌ଏସି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି। ସେଗୁଡ଼ିକ ହେଲା- ଅନୁଗୋଳ ଜିଲ୍ଲାର ପାଲଲହଡ଼ା ଓ ଛେଣ୍ଡିପଦା, ବାଲେଶ୍ୱରର ବସ୍ତା ଓ ସିମୁଳିଆ, ବରଗଡ଼ର ପାଇକମାଳ ଓ ଭେଡେନ, ଭଦ୍ରକର ଅଗରପଡ଼ା, ବଲାଙ୍ଗିରର ବେଲପଡ଼ା ଓ ସଂଇତଳା, ଯାଜପୁରର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡିର ଜୟପାଟଣା, କନ୍ଧମାଳର ରାଇକିଆ, କୋରାପୁଟର ବୋରିଗୁମା, ନୂଆପଡ଼ାର ସିନାପାଲି, ରାୟଗଡ଼ାର ଚାନ୍ଦିଲି, ମୁନିଗୁଡ଼ା ଓ ବିଷମକଟକ, ସୁବର୍ଣ୍ଣପୁରର ଡୁଙ୍ଗୁରିପାଲି, ସୁନ୍ଦରଗଡ଼ର ବଣେଇ, ଗଞ୍ଜାମର ଶେରଗଡ଼ ଓ କୁକୁଡ଼ାଖଣ୍ଡି, ନୟାଗଡ଼ର କଣ୍ଟିଲୋ, ଖୋର୍ଦ୍ଧାର ଟାଙ୍ଗୀ ଓ ବେଗୁନିଆ, କଟକର ସାଲେପୁର, ବଡ଼ମ୍ବା, ନରସିଂହପୁର ଓ ନିଆଳି, ମୟୁରଭଞ୍ଜର ବେତନଟି, ଢେଙ୍କାନାଳର ପରଜଙ୍ଗ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼, ମୟୁରଭଞ୍ଜର କରଞ୍ଜିଆ, ବଲାଙ୍ଗିରର କଣ୍ଟାବାଞ୍ଝି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଏବଂ ଆସ୍କା ଏନଏସିକୁ ମ୍ୟୁନିସିପାଲିଟିକୁ ଉନ୍ନୀତ କରାଯାଇଛି।

ସେୟାର କରନ୍ତୁ

Next Post

BJD ଛାଡ଼ି BJPରେ ମିଶିଲେ ଦେବାଶିଷ ନାୟକ

Sun Feb 25 , 2024
ବାସ୍ତବ ବ୍ୟୁରୋ:  ବିଜେଡିରୁ ଇସ୍ତଫା ଦେବାର କିଛି ସମୟପରେ ବିଜେପିରେ ମିଶିଲେ ଯାଜପୁରର ଟାଣୁଆ ନେତା ଦେବାଶିଷ ନାୟକ। ସେ ଆଜି ନିଜର ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି। ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସେହିପରି ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ମଧ୍ୟ ଆଜି ବିଜେପିରେ ମିଶିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉଭୟଙ୍କୁ ସ୍ୱାଗତ କରିଛନ୍ତି।  ବିଜେପିରେ ସାମିଲ୍ ହେବା ପରେ […]

You May Like

Pin It on Pinterest