ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ କେ.କେ.ଡି.ଏ.ର ମୁହାଦୁର୍ନୀତି କାମ ନକରି ପାଖାପାଖି ଏକ ଲକ୍ଷ ଟଙ୍କା ଲୁଟ….

ସନ୍ତୋଷ ପାତ୍ର(କଳାହାଣ୍ଡି): ଲାଞ୍ଜିଗଡ- “ମିଛ କାମ, ସତ ବିଲ”,ପ୍ରତିଦିନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କୁଢକୁଢ ମିଛକାମର ବିଲ୍ କରାଯାଇ ସରକାରୀବାବୁ ଓ ଠିକାଦାରଙ୍କମଧୁଚନ୍ଦ୍ରିକାର କଥାକିଛି ନୂଆନୁହେଁ ।ହେଲେ ଯେଉଁ ଠାରେ ଏପରି କାମରେ ଜନ ଅସନ୍ତୋଷ ବଢେ,ଏଇ ଅସାଧୁମେଣ୍ଟ ର ପପର୍ଦ୍ଦାଫାସ ହୁଏ। ଏପରି ଏକ ଘଟଣା ଲାଞ୍ଜିଗଡ ଦାନୀ ଡ଼ଙ୍ଗର ଷ୍ଟାଗାର ଷ୍ଟ୍ରେଞ୍ଚ କାମରେ ଦୁର୍ନିତି ଅଭିଯୋଗ ବାରମ୍ବାର ହୋଇଆସୁଥିଲେବି ପ୍ରସାଶନ ନିରବ ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କମର୍ଦ୍ଧା ପଂଚାୟତର ମଦାଙ୍ଗଦାନୀ ଡ଼ଙ୍ଗର କାମରେ ଦୁର୍ନୀତି ବଢିବାରେ ଲାଗିଛି ।ଏହି ପଂଚାୟତରେ କେକେଡିଏ ଦ୍ୱାରା ଷ୍ଟାଗାର ଷ୍ଟ୍ରେଞ୍ଚ କାମ କରାଯାଇଥିବା ଦର୍ଶାଇ ୨୦୨୩ /୨୦୨୪ ମସିହାରେ ୧ ଲକ୍ଷ ଟଙ୍କା ପାଖାପାଖି ବିଲ କରାଯାଇଥିବା ଅଭିଯୋଗ ହୋଇଛି । କିନ୍ତୁ ମଦାଙ୍ଗ ଦାନୀ ଗ୍ରାମ ବାସୀ କୌଣସି କାମ ହୋଇ ନଥିବା କହିଛନ୍ତି । ନକଲି କାମ ଦେଖାଇ ଏହି ବିଲ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।

ଅନେକ ମିଛ ବିଲ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ହେବା ପରେ ଖୁବଶୀଘ୍ର ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଗ୍ରାମ ବାସୀଙ୍କ ଅଭିଯୋଗ , କେବେ ଏହାର ତଦନ୍ତ ହେଉଛି ଓ କେବେ ମିଥ୍ୟା ବିଲ କରିଥିବା କର୍ମଚାରୀଙ୍କ ଉପରେ ତଦନ୍ତ ହେଉଛି ତାହା ଦେଖିବାକୁ ବାକି ରହିଲା ।

ସେୟାର କରନ୍ତୁ

Next Post

ମିଶନ ‘ଗଗନଯାନ’ : ମହାକାଶକୁ ଯିବେ ୪ ମହାକାଶଚାରୀ

Tue Feb 27 , 2024
ବାସ୍ତବ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଗଗନଯାନ’ ଅଭିଯାନ ପାଇଁ ୪ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି। ଗୃପ୍ ରେ ଅଛନ୍ତି ଗୃପ୍ କ୍ୟାପଟେନ୍ ପ୍ରଶାନ୍ତ ନାର, ଅଜିତ କ୍ରିଷ୍ଣା, କ୍ୟାପଟେନ ଅଙ୍ଗଦ ପ୍ରତାପ, ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଲା । ଏମାନଙ୍କ ଗୃପ୍ ର ନାଁ ଆଷ୍ଟ୍ରୋନଟ ୱିଙ୍ଗ ରହିଛି । ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରରୁ ଏମାନଙ୍କ ନାଁ ଘୋଷଣା କରିଛନ୍ତି ମୋଦୀ। ଏହି ଚାରିଜଣ ଭାରତୀୟ ବାୟୁସେନା […]

You May Like

Pin It on Pinterest