ବାସ୍ତବ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଗଗନଯାନ’ ଅଭିଯାନ ପାଇଁ ୪ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି। ଗୃପ୍ ରେ ଅଛନ୍ତି ଗୃପ୍ କ୍ୟାପଟେନ୍ ପ୍ରଶାନ୍ତ ନାର, ଅଜିତ କ୍ରିଷ୍ଣା, କ୍ୟାପଟେନ ଅଙ୍ଗଦ ପ୍ରତାପ, ୱିଙ୍ଗ କମାଣ୍ଡର ଶୁଭ୍ରାଂଶୁ ଶୁକ୍ଲା । ଏମାନଙ୍କ ଗୃପ୍ ର ନାଁ ଆଷ୍ଟ୍ରୋନଟ ୱିଙ୍ଗ ରହିଛି । ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟରରୁ ଏମାନଙ୍କ ନାଁ ଘୋଷଣା କରିଛନ୍ତି ମୋଦୀ।
ଏହି ଚାରିଜଣ ଭାରତୀୟ ବାୟୁସେନା ଅଧିକାରୀ ପ୍ରଥମ ଭାରତୀୟ ହେବେ ଯେଉଁମାନେ ସ୍ବଦେଶର ମହାକାଶ ଯାନରେ ମହାକାଶକୁ ଯିବେ। ଏହି ଚାରିଜଣ ମହାକାଶଚାରୀମାନେ ରୁଷ୍ରେ ବ୍ୟାପକ ତାଲିମ ନେଇଛନ୍ତି। ବର୍ତ୍ତମାନ ଇସ୍ରୋ ସେମାନଙ୍କୁ ତାଲିମ ଦେଉଛି। ଗଗନଯାନ ମାଧ୍ୟମରେ ପ୍ରଥମେ ଏକ ରୋବଟ୍ ବ୍ୟୋମମିତ୍ର ମହାକାଶକୁ ପଠାଯିବ। ଏହା ସଫଳ ହେବା ପରେ ୨୦୨୫ ଏହି ଚାରି ଜଣ ବାୟୁସେନା ଅଧିକାରୀ ମହାକାଶକୁ ଯାତ୍ରା କରିବେ।



