
ଆଦିତ୍ଯ ବେହେରା(ଭୁବନେଶ୍ବର): ୩/୩/୨୦୨୪-ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବର ର ମାସିକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ୟୁନିଟ ୩ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ଶିକ୍ଷାବିତ୍ ତଥା ସୁସାହିତ୍ଯିକା ସନ୍ଧ୍ୟା ରାଣୀ ପରିଜା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାର ସଂଯୋଜିକା ତଥା ସୁସାହିତ୍ଯିକା ଶ୍ରୀମତୀ ରାଜଶ୍ରୀ ମହାନ୍ତି ଯୋଗ ଦେଇଥିଲେ।
ଶ୍ରୀଜଗନ୍ନାଥ ଙ୍କୁ ସମୂହ ପ୍ରଦୀପ ପ୍ରଜ୍ଜ୍ବଳନ ପରେ ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ଯରେ କବି ହଜି ଯାଉଥିବା ଅତୀତକୁ ଆପଣାଇ ଅଧ୍ଯୟନ ଓ ଉପଲବ୍ଧି କରି ତା’ର ସର୍ଜ୍ଜନାରେ ମା ମାଟି ଓ ମାତୃଭାଷା ର ଗୌରବ ବୃଦ୍ଧି କରିଚାଲନ୍ତୁ ବୋଲି ମତପ୍ରକାଶ କରିଥିଲେ। ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ତାଙ୍କ ବକ୍ତବ୍ଯରେ ଆମର ସାହିତ୍ୟ ଓ ସଂସ୍କୃତି କ୍ଷେତ୍ର ଏବେ ଉତ୍ସବ ମୁଖରିତ ଏହା ଭଲକଥା ହେଲେ ସାହିତ୍ୟ ଓ ସାହିତ୍ଯିକଙ୍କର ଲକ୍ଷ ଭ୍ରଷ୍ଟ ନ ହେଉ ବୋଲି ମତପ୍ରକାଶ କରିଥିଲେ। ଯୁଗ୍ମ ସମ୍ପାଦକ ଭାରତୀ ଭୂଷଣ ପଟ୍ଟନାୟକ ଶ୍ରୀଜଗନ୍ନାଥ ଙ୍କ ଏକ ଜଣାଣ ଗାନ କରିଥିଲେ। କବୟତ୍ରୀ ତଥା କଣ୍ଠଶିଳ୍ପୀ ସୌଦାମିନୀ ସାମନ୍ତରାୟ ଓ କବୟତ୍ରୀ ଗୀତାଞ୍ଜଳି ମହାନ୍ତି ଙ୍କ ସଂଯୋଜନାରେ କବି ସର୍ବଶ୍ରୀ ଦେବରାଜ ବିଶୋଇ, ସନ୍ତୋଷ କୁମାର ଦାସ, ଶରତ ସାହୁ, ସୁଷମା ଦାଶ, ପୀତାମ୍ବର ପରିଡା, ରଶ୍ମିତା ସାହୁ, ସୁରେଶ ଚନ୍ଦ୍ର ମହାପାତ୍ର, ସଞ୍ଜୁଲତା ମହାନ୍ତି ପଟ୍ଟନାୟକ,ବିଶ୍ବରଞ୍ଜନ ମହାନ୍ତି, କୃଷ୍ଣ ଚନ୍ଦ୍ର ସ୍ବାଇଁ, ଶୁଭଶ୍ରୀ ସିଂ, ନବଘନ ରାଉତରାୟ, ରଞ୍ଜିତା ତ୍ରିପାଠୀ, ବିଜୟ କୁମାର ବହଳୀ, ଶାନ୍ତି ଲତା ଦେବୀ, ପୂର୍ଣ୍ଣାନନ୍ଦ ମହାନ୍ତି, ପ୍ରଦୀପ ପଟ୍ଟନାୟକ, ମିହିର କାନ୍ତି ଦାଶ, ସୌଦାମିନୀ ସାମଲ, ନିଶୀପଦ୍ମା ପ୍ରିୟଦର୍ଶିନୀ ସ୍ରୋତସ୍ବିନୀ ପରିଡା, ସ୍ନେହଲତା ଦାସ ଲେଙ୍କା, ସବିତା ଶତପଥୀ, ବିରଞ୍ଚି ନାରାୟଣ ଶତପଥୀ, ଲକ୍ଷ୍ମୀଧର ଦାଶ ଶଶୀପ୍ରଭା ଦାସ, ଅଳକା ପ୍ରିୟଦର୍ଶିନୀ ଓ ଦେବରାଜ ନାୟକ ସ୍ବରଚିତ ଶ୍ରୃତିମଧୁର କବିତା ପାଠ କରିଥିଲେ।

ଯୁଗ୍ମ ସମ୍ପାଦକ ବିଶ୍ବରଞ୍ଜନ ମହାନ୍ତି ଆସର ପରିଚାଳନା ରେ ସହଯୋଗ କରିଥିଲେ।ଶେଷରେ ଦୈନିକ ସମ୍ବାଦପତ୍ର ଅନେକ ସୂଚନା ର ସମ୍ପାଦକ ନିତ୍ଯ ନିରଞ୍ଜନ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ବୋଲି ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ପ୍ରକାଶ କରିଛନ୍ତି।



