ସରକାରଙ୍କ ଶ୍ରମିକ ମାନଙ୍କର ସର୍ବନିମ୍ନ ମଜୁରି ୨୧୦୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି….

ସଂଜୟ ଶତପଥୀ(କଟକ):ରାଜ୍ୟ ସରକାରଙ୍କର ଶ୍ରମିକ ମାନଙ୍କର ସର୍ବନିମ୍ନ ମଜୁରି ବୃଦ୍ଧି ଘୋଷଣାକୁ ଓଡିଶା ଠିକା ମଜଦୁର ମହାସଂଘ ଏବଂ ଭାରତୀୟ ମଜଦୁର ସଂଘ ଉଭୟ ସର୍ବନିମ୍ନ ମଜୁରିକୁ ୨୧ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି । ସରକାର ନିର୍ବାଚନକୁ ଦୃଷ୍ଟିରେ ରଖି ଶ୍ରମିକ ମାନଙ୍କର ସର୍ବନିମ୍ନ ମଜୁରିକୁ ବୃଦ୍ଧି କରି ନିର୍ବାଚନ ବୈତରଣୀ ପାର ହେବାପାଇଁ ଯୋଜନା କରିଛନ୍ତି ବୋଲି ଉଭୟ ସଂଘ ଅଭିଯୋଗ କରିଛନ୍ତି । 

ବକ୍ସିବଜାର ସ୍ଥିତ ପାନ୍ଥନିବାସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ସଂଘର ବରିଷ୍ଠ ନେତା ଶ୍ରୀ ବସନ୍ତ କୁମାର ସାହୁ, ଶାନ୍ତନୁ ମହାପାତ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ରାଜ୍ୟ ସରକାର କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ଅଣକୁଶଳୀ ଶ୍ରମିକଙ୍କ ପାଇଁ ଦୈନିକ ୪୫୦ ଟଙ୍କା, ଅର୍ଦ୍ଧ କୁଶଳୀଙ୍କ ପାଇଁ ୫୦୦ ଟଙ୍କା, କୁଶଳୀଙ୍କ ପାଇଁ ୫୫୦ ଟଙ୍କା ଏବଂ ଅତି କୁଶଳୀ ଶ୍ରମିକଙ୍କ ପାଇଁ ୬୦୦ ଟଙ୍କା ମଜୁରୀ ଧାର୍ଯ୍ୟ କରିଛନ୍ତି। ମାତ୍ର ସରକାରଙ୍କର ଏଭଳି ନିଷ୍ପତ୍ତିକୁ ସଂଘ ପକ୍ଷରୁ ଗ୍ରହଣ କରାଯିବ ନାହିଁ । ଦେଶ ତଥା ରାଜ୍ୟର ସମୃଦ୍ଧି କ୍ଷେତ୍ରରେ ଶ୍ରମିକମାନଙ୍କର ଅବଦାନ ରହିଛି । ମାତ୍ର ସରକାର ସବୁବେଳେ ଏହି ଶ୍ରମିକ ମାନଙ୍କୁ ହେୟଜ୍ଞାନ କରିଆସିଛନ୍ତି । 

ସଂଘ ପକ୍ଷରୁ ଶ୍ରମିକ ମାନଙ୍କର ମାସିକ ସର୍ବନିମ୍ନ ମଜୁରି  ୨୧୦୦୦ ଟଙ୍କା ଧାର୍ଯ୍ୟ କରିବା ପାଇଁ ଦାବି କରାଯାଇଛି । ସାମ୍ପ୍ରତିକ ପରିସ୍ଥିତିରେ  ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି । ସରକାରଙ୍କର ଘୋଷିତ ମଜୁରି ବୃଦ୍ଧି ଯାହାକି ଶ୍ରମିକ ମାନଙ୍କର କୁଟୁମ୍ବ ପୋଷିବା  କଷ୍ଟକର । ଶ୍ରମିକ ମାନେ ଖରା ବର୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜର ଜୀବନକୁ ବିପନ୍ନ କରି ସେବା କରି ଆସୁଛନ୍ତି । ଏପରିକି ବିଭିନ୍ନ ଶ୍ରମିକ ଏଜେନ୍ସି ଗୁଡିକ ଶ୍ରମିକ ମାନଙ୍କୁ ଠକୁଛନ୍ତି । ଅନେକ କ୍ଷେତ୍ରରେ ଶ୍ରମିକମାନେ ନିଜରଷ ପାରିଶ୍ରମିକ ଅର୍ଥ ପାଇପାରୁ ନାହାନ୍ତି । 

ଏପରିକି ସରକାରଙ୍କର ଶ୍ରମ ବିଭାଗ ଏବଂ ବିଭିନ୍ନ ସଂସ୍ଥାକୁ ଶ୍ରମିକ ଯୋଗାଉଥିବା ସଂସ୍ଥା ପରସ୍ପର ସଲାସୁତୁରା କରି ଶ୍ରମିକ ମାନଙ୍କୁ ଠକିବାରେ ଲାଗିଛନ୍ତି । ଶ୍ରମିକ ମାନଙ୍କର ଶ୍ରମ ଆଇନକୁ କାର୍ଯ୍ୟକାରୀ କରାଯାଉ ନାହିଁ । ତେଣୁ ସରକାର ଶ୍ରମିକ ମାନଙ୍କର ସର୍ବନିମ୍ନ ମଜୁରିକୁ ୨୧ ହଜାର ଟଙ୍କାକୁ ବୃଦ୍ଧି କରିବା ସହିତ ଶ୍ରମ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରାଯାଇଛି । ରାଜ୍ୟ ସରକାର ଶ୍ରମିକ ମାନଙ୍କର ଦାବିକୁ ଗ୍ରହଣ ନକଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ । ଆଜିର ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ମଜଦୁର ସଂଘର ରାଜ୍ୟ ଉପସଭାପତି ଶ୍ରୀ ଶାନ୍ତନୁ କୁମାର ମହାପାତ୍ର, ରାଜ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ବସନ୍ତ କୁମାର ସାହୁ, ମନୋଜ ବସନ୍ତରାୟ , ମୁକ୍ତିକାନ୍ତ ସାହୁ, ପ୍ରକାଶ ରାଉତ, ଚଣ୍ଡୀ ପ୍ରସାଦ ଶତପଥୀ, ଓଡ଼ିଶା ଠିକା ମଜଦୁର ମହାସଂଘର ସଭାପତି ଅଶୋକ ସ୍ୱାଇଁ ପ୍ରମୁଖଙ୍କ ସମେତ ବହୁ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
ସେୟାର କରନ୍ତୁ

Next Post

ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ...

Sat Mar 16 , 2024
ବାସ୍ତବ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୪ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ନବୀନ ପଟ୍ଟନାୟକ ସରକାରର ପଂଚମ ପାଳିର ଏହା ଶେଷ କ୍ୟାବିନେଟ୍ ବୈଠକ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଚନ୍ଦ୍ରଶେଖରପୁରଠାରେ ଯାଦବ ଭବନ ନର୍ମାଣ ପାଇଁ ଉତ୍କଳ ଯାଦବ ମହାସଭା ସପକ୍ଷରେ ୫୦୦ଡିସିମିଲ୍ ଜମିର ପ୍ରିମିୟମ ବାବଦକୁ ୫.୦୬କୋଟି ଟଙ୍କା ଛାଡ଼ କରିବାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି […]

You May Like

Pin It on Pinterest