ଅତାବିରାରେ ବ୍ଲକ୍ ସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରଦର୍ଶନୀ ଅନୁଷ୍ଠିତ…

ନବୀନ ଦାଶ(ବରଗଡ):ବରଗଡ ଜିଲ୍ଲା ଅତାବିରା ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅବସର ରେ ବ୍ଲକ୍ ସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଅଛି।

ଉଦଘାଟନୀ ସମାରୋହ ରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ,ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପନ କୁମାର ଦାସ,ଉଚ୍ଚ ବିଦ୍ୟାଳୟ ଅତାବିରା ର ପ୍ରଧାନ ଶିକ୍ଷକ ମନୋଜ କୁମାର ହରିପାଲ ଉପସ୍ଥିତ ଥିଲେ। ବିଚାରକ ଭାବରେ ଭଟଲି ବ୍ଳକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶୁଶାନ୍ତ କୁମାର ଦାସ,ଭେଡେନ ବ୍ଳକ୍ ଅନ୍ତର୍ଗତ ଋଷୁଡ଼ା ଉଚ୍ଚ ବିଦ୍ୟାଳୟର ସହକାରୀ ବିଜ୍ଞାନ ଶିକ୍ଷକ ସଞ୍ଜୀବ କୁମାର ନାଏକ ଯୋଗଦାନ କରିଥିଲେ।

ସଭା ପରିଚାଳନା ଦାୟିତ୍ୱରେ ସି.ଆର. ସି.ସି. ନନ୍ଦିଘୋଷ ଭୁଏ ରହିଥିବା ବେଳେ ଏହି ଅବସରରେ କୁଇଜ୍, ପ୍ରକଳ୍ପ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ଯୋଗଦାନ କରି ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।ଏଥିରେ କୁଇଜ୍ କନିଷ୍ଠ ବିଭାଗରେ କରନ୍ ସାହୁ, ଆଦ୍ୟାଷା ପଣ୍ଡା, ଅଙ୍କୁଶ ପ୍ରଧାନ ଏବଂ ବରିଷ୍ଠ ବିଭାଗରେ ପ୍ରତୀକ୍ଷା ସାହୁ, ନୈମିଶ ରତ୍ନ ପ୍ରଧାନ, ପ୍ରତ୍ୟୁଷ ଗର୍ତିଆ , ପ୍ରକଳ୍ପ ପ୍ରଦର୍ଶନୀ ରେ ହିର୍ତିକ ପ୍ରଧାନ, ଆଶୁତୋଷ ବାରିକ,ଅର୍ଚ୍ଚନା ସାହୁ ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।ବିଜ୍ଞାନ କଂଗ୍ରେସ ରେ ଜିଜ୍ଞାସା ବେହେରା, ଜୟନ୍ତ ସାହୁ,ସ୍ୱାଗତିକା ବାରିକ, ଧନିଷ୍ଠା ସାହୁ ଓ ଗଙ୍ଗୋତ୍ରି ଦାସ ଯଥାକ୍ରମେ ପ୍ରଥମ ରୁ ପଞ୍ଚମ ସ୍ଥାନ ଅଧିକାର କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସମସ୍ତ ସି.ଆର.ସି.ସି.ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ,ବି.ଆର୍.ଟି. ବଳରାମ ନାଗ ଓ ଅତାବିରା ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

ସେୟାର କରନ୍ତୁ

Next Post

ବିଜେଡ଼ି, ବିଜେପି ପ୍ରାର୍ଥୀଙ୍କ ନିଦ ହଜାଇଲେଣି ଭକ୍ତ,ସାଧାରଣରେ ପ୍ରଶ୍ନ ୩୦ ବର୍ଷ କୁଆଡେ଼ ଥିଲେ ଭକ୍ତ ଦାଶ ?....

Fri Mar 29 , 2024
ନର୍ଲା ୨୯/୦୩/୨୪ (ସନ୍ତୋଷ ପାତ୍ର):କଳାହାଣ୍ଡି ଜିଲ୍ଲା ର ପାଞ୍ଚଟି ବିଧାନସଭା ଆସନ ରୁ ଚାରୋଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ନର୍ଲା ଆସନ ଅନେକ ବିବାଦୀୟ କାରଣ ହେତୁ ସ୍ଥଗିତ ରହିଥିବା ବିଶ୍ଵସ୍ଥ ସୂତ୍ରରୁ ଜଣାପଡିଛି। ଅନ୍ୟ ପକ୍ଷରେ ବିଜେପି ମଧ୍ୟ ନର୍ଲା ଆସନରେ ଜଣେ ବରିଷ୍ଠ ନେତୃତ୍ୱ ସାଙ୍ଗଠାନିକ ଭେଟରାନ ରାଜନେତା କୁ ମଇଦାନ କୁ ଓହ୍ଲାଇବା ପାଇଁ […]

You May Like

Pin It on Pinterest