
ନବୀନ ଦାଶ(ବରଗଡ):-୩୦/୩ ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଶତାୟୁ ବର୍ଷ ର ଟୋପ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସ୍କୁଲ ପରିଚାଳନା କମିଟି ର ସଭାପତି ପ୍ରହଲ୍ଲାଦ ମେହେର ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ,ମୁଖ୍ୟ ବକ୍ତା ଭାବେ କଳାପାଣି ମହା ବିଦ୍ୟାଳୟ ର ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ମୋହନ ସାହୁ,ସମ୍ମାନିତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ତପନ ଦାସ,ସିଆର ସିସି କୃତାର୍ଥ ଭୁଏ ମଞ୍ଚାସିନ ରହିଥିଲେ।
ଅଳଙ୍କୃତ ଅତିଥି ମାନଙ୍କ ଦ୍ଵାରା ବାଗ ଦେବୀ ସରସ୍ଵତୀ ଓ ଗଜାନନ ଙ୍କ ଫଟୋ ଚିତ୍ର ରେ ଧୂପ ଦ୍ଵୀପ ପ୍ରଜ୍ବଳନ ପୂର୍ବକ ମାଲ୍ୟାର୍ପଣ କରାଯାଇଥିଲା।କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ ହୋଇଥିଲା।ଏହାପରେ ସ୍କୁଲ୍ ର ସହକାରୀ ଶିକ୍ଷକ ରବି ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଲମ୍ବୋଦର ବେହେରା ମଞ୍ଚ ପରିଚାଳନା ସହ ପୁରସ୍କାର ବିତରଣ ରେ ସହଯୋଗ କରିଥିଲେ।ଶତାୟୁ ବର୍ଷ ସ୍କୁଲ ର ଜୀବନୀ ତଥ୍ୟ ଉପରେ ପ୍ରଧାନ ଶିକ୍ଷକ କୌଶିକ ସାହୁ ଉପସ୍ଥାପନ କରିଥିଲେ।ଏହି ଉତ୍ସବ ରେ ବିଶିଷ୍ଟ ବଦାନ୍ୟ ବ୍ୟକ୍ତି ସାମ୍ବାଦିକ ଆକାଶ ମିଶ୍ର,ଗ୍ରାମର ଖିତି ଭୂଷଣ ମେହେର,ଭବାନୀ ଶଙ୍କର ମେହେର ଓ ପ୍ରତିବର୍ଷ ତଥା ସମସ୍ତ ସ୍କୁଲ ର ପର୍ବପର୍ବାଣୀ ରେ ପିଲାଙ୍କ ପାଖରେ ଛିଡ଼ା ହେଉଥିବା ଗୌରୀ ମେହେର ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ବିଭିନ୍ନ କ୍ଷେତ୍ରରେ କୃତି ହୋଇଥିବା ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା। କଳା ଶିକ୍ଷକ ନିର୍ମଳ ପ୍ରଧାନ ଙ୍କ ନିର୍ଦ୍ଦେଶନା ରେ ନୃତ୍ୟ ଗୀତ ପରିବେଷଣ ହୋଇଥିଲା।ଶିକ୍ଷୟିତ୍ରୀ ସୁଶାନ୍ତୀ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ କୁ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ,ସ୍କୁଲ ପରିଚାଳନା କମିଟି ର ସମସ୍ତ କର୍ମ କର୍ତ୍ତା ତଥା ଗ୍ରାମବାସୀ ଙ୍କ ସକ୍ରିୟ ସହ ଯୋଗ ରହିଥିଲା।



