ନବୀନଙ୍କ ନୂଆ ଫର୍ମୁଲା ବିଭିନ୍ନ ଅଞ୍ଚଳର ଲୋକଙ୍କ ସହ ଫୋନରେ କଥା ହେଲେ….

ଆଦିତ୍ଯ ବେହେରା(ଭୁବନେଶ୍ବର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଲୋକଙ୍କ ସହିତ ଟେଲିଫୋନରେ କଥା ହୋଇଛନ୍ତି।

ସେ କଥା ହୋଇଥିବା ବିଭିନ୍ନ ଅଞ୍ଚଳର ଲୋକଙ୍କ ଠାରୁ ଅଞ୍ଚଳର ବିକାଶ କଥା ପଚାରି ବୁଝିଛନ୍ତି। କାହାକୁ ସ୍କୁଲ କାମ ଚାଲିଛି କି ନାହିଁ ପଚାରିଥିବା ବେଳେ କେଉଁଠି ମନ୍ଦିର କାମ କଣ ହେଲା ବୋଲି ପଚାରିଛନ୍ତି। ଏହିପରି ଭାବେ ଆଜି ସକାଳୁ ନବୀନ ଲୋକଙ୍କ ସମସ୍ୟା ଉପରେ ଅବଗତ ହୋଇଛନ୍ତି।

ନିର୍ବାଚନ ପାଖେଇ ଆସୁଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହିତ ଫୋନରେ କଥା ହେବାକୁ ନେଇ ବେଶ ଚହଳ ପଡିଯାଇଛି। ଯେଉଁମାନଙ୍କୁ ସେ ଫୋନ କରିଛନ୍ତି ସେଠାରେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଖେଳିଯାଇଛି। ନିର୍ବାଚନ ପ୍ରଚାର ପାଇଁ ଏହି ନବୀନଙ୍କ ଏ ନୂଆ ଫର୍ମୁଲା କହିଲେ ଅତ୍ୟୁକ୍ତି ହେବ ନାହିଁ।

ସେୟାର କରନ୍ତୁ

Next Post

ଆଞ୍ଚଳିକ ଯୋଜନା ପ୍ରଯୁକ୍ତି ଅର୍ଥନୀତି ଓ ପରିସଂଖ୍ୟାନ ଅନୁଷ୍ଠାନର ୫୩ ଜଣ ଶିକ୍ଷା ନିବେଶ ଙ୍କ ଓଡିଶା ବିଧାନସଭା ପରିଭ୍ରମଣ...

Fri Apr 5 , 2024
ପ୍ରମୋଦ ନାୟକ(ଭୁବନେଶ୍ବର): ୦୫/୦୪/୨୦୨୪- ଆଞ୍ଚଳିକ ଯୋଜନା ପ୍ରଯୁକ୍ତି ଅର୍ଥନୀତି ଓ ପରିସଂଖ୍ୟାନ ଅନୁଷ୍ଠାନ ତରଫରୁ ୫୩ ଜଣ ଶିକ୍ଷା ନିବେଶ ଓଡିଶା ବିଧାନସଭା ପରିଭ୍ରମଣ କରିଥିଲେ । ଏହି ଅବସରରେ ବିଧାନସଭାର କାର୍ଯ୍ୟାବଳୀ ସଂପର୍କରେ ଉକ୍ତ ଶିକ୍ଷା ନିବେଶ ମାନଙ୍କୁ ଓଡିଶା ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ, ଯୁଗ୍ମ ସଚିବ ଶ୍ରୀ ସତୀଶ ମିଶ୍ର, ଯୁଗ୍ମ ନିର୍ଦ୍ଦେଶକ (ଗ୍ରନ୍ଥାଗାର) ଶ୍ରୀମତୀ ଆରତି ମିଶ୍ର, ନିରାପତ୍ତା ଅଧିକାରୀ ଶ୍ରୀ ଗୋପାଳ […]

You May Like

Pin It on Pinterest