ଥୁଆପାଲି ରାଷ୍ଟ୍ରୀୟ ଶିକ୍ଷା ବିକାଶ କେନ୍ଦ୍ରର ୨୨ତମ ବାର୍ଷିକ ଉତ୍ସବ ପାଳିତ…

ବରଗଡ:-୭.୪(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଥୁଆ ପାଲି ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଅତିଥି ମାନକଂ ପକ୍ଷରୁ ଭାରତ ମାତା, ବାଗ ଦେବୀ ସରସ୍ଵତୀ ଓ ବିଘ୍ନ ବିନାଶ ଗଣେଶ କଂ ପ୍ରତିଛବି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ଅର୍ପଣ କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ବବିତା ଗୁରୁମା।

ଏହି ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ୨୦୦୨ମସିହା ରେ ଉଦଘାଟନ କରିଥିଲେ ଡଃ ସୁରେନ୍ଦ୍ର କୁମାର ମେହେର।ଏଥିରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଅମିୟ କୁମାର ମେହେର,ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ କାଳନ୍ଦୀ ଚରଣ ସାହୁ, ସଂପାଦକ ରାଷ୍ଟ୍ରୀୟ ଶିକ୍ଷା ବିକାଶ ପରିଷଦ,ଓଡିଶା। ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ , ଚିଚିଣ୍ଡା ପଲ୍ଲୀଶ୍ରୀ ମହାବିଦ୍ୟାଳୟ ର ଅଧ୍ଯକ୍ଷ ।ସମ୍ମାନିତ ଅତିଥି ଭାବେ ସୁଶ୍ରୀ ଲିପିକା ସେଠ ଆନ୍ତର୍ଜାତୀୟ ପର୍ବତାରୋହୀ, ଡାଳବ ବରଗଡ।ଏହି ସମୟରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଲତାଗିରି ନଈ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।

ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଓ ଚିତାକର୍ଷକ ହୋଇଥିଲା। ବିଦ୍ୟାଳୟ ର ସମସ୍ତ ଗୁରୁଜୀ, ଗୁରୁମା,କର୍ମଚାରୀ, ଅଭିଭାବକ, ଅଭିଭାବିକା ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନକୁଂ ଉତ୍ସାହିତ କରିବା ସହିତ ସହଯୋଗ କରିଥିଲେ।ପରିଶେଷରେ ବଲରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ବିଶ୍ବ ସ୍ବାସ୍ଥ୍ୟ ଦିବସରେ ସ୍ବାସ୍ଥ୍ଯ ହିଁ ସଂମ୍ପଦ'ର ବାର୍ତ୍ତ ବାଣ୍ଟିଲା ସାହାରା ଓଡ଼ିଶା....

Sun Apr 7 , 2024
ସଂଜୟ ଶତପଥୀ(କଟକ): ସାରା ବିଶ୍ୱରେ ଆଜି ପାଳିତ ହେଉଛି ” ବିଶ୍ବ ସ୍ବାସ୍ଥ୍ୟ ଦିବସ”।ଏହି ପରିପ୍ରେକ୍ଷୀରେ ଆଜି କଟକ ମଙ୍ଗଳାବାଗ ସ୍ଥିତ କାଠଗୋଲା ଠାରେ ଅଗ୍ରଣୀ ଅନୁଷ୍ଠାନ “ସାହାରା ଓଡ଼ିଶା” ପକ୍ଷରୁ ମହାସମାରୋହରେ ବିଶ୍ବ ସ୍ବାସ୍ଥ୍ୟ ଦିବସ, ସୁପ୍ରତିଷ୍ଠିତ ଡାକ୍ତର ଅଜୟ‌ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଡାକ୍ତର ମଧୁସୂଦନ ପାଣିଗ୍ରାହୀ ଯୋଗଦେଇ ଆଜି ର ଦିବସ ବିଷୟରେ ରେଖାପାତ କରିବା […]

You May Like

Pin It on Pinterest